ପଶ୍ଚିମବଙ୍ଗରେ ଭୋଟିଂ ବେଳେ ବୋମା ମାଡ଼, ୩ ଟିଏମସି କର୍ମୀ ଆହତ

କୋଲକାତା,୨୩।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହୋଇଛି ପଶ୍ଚିମବଙ୍ଗର ୫ଟି ଲୋକସଭା ଆସନରେ। ପଶ୍ଚିମବଙ୍ଗର ମୁର୍ଶିଦାବାଦଠାରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉପୁଜିଥିବା ହିଂସା ହେତୁ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ମତଦାତାଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଏହି ସମୟରେ ଏକ ଦେଶୀ ବୋମା ଫାଟିବା କାରଣରୁ ତୃଣମୂଳ କଂଗ୍ରେସ(ଟିଏମସି)ର ୩ଜଣ କର୍ମୀ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି ଅଂଚଳରେ ଏହି ବୋମା ମାଡ଼ରେ ହୋଇଥିଲା।

ବୋମା କିଏ ପକାଇଥିଲା ତାହା ଯଦିଓ ସ୍ପଷ୍ଟ ହୋଇପାରିନାହିଁ କିନ୍ତୁ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଆଜି ୫ଟି ଲୋକସଭା ମଣ୍ଡଳୀ ପାଇଁ ମତଦାନ ହୋଇଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ବାଲୁରଘାଟ, ମାଲଦା ଉତ୍ତର, ମାଲଦା ଦକ୍ଷିଣ, ଜଙ୍ଗିପୁର ଓ ମୁର୍ଶିଦାବାଦ୍ ଲୋକସଭା ଆସନ। ଏହି ୫ଟି ଆସନରେ ଶାସକ ଟିମଏମସି, ବିଜେପି ଓ କଂଗ୍ରେସ ମଦ୍ୟରେ ଦେଖିବାକୁ ମିଳିଛି ଟକ୍କର। ଏଠାରେ ମୋଟ ୮୦ ଲକ୍ଷ ୨୩ ହଜାର ୮୫୨ ଭୋଟର ୬୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

   ସମ୍ବନ୍ଧିତ ଖବର


ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ