ଡାହାଣୀ ଅଭିଯୋଗରେ ୩ଜଣ ମହିଳାଙ୍କୁ ଧୁମ୍ ପିଟିଲେ, ଅର୍ଦ୍ଧନଗ୍ନ କରି ପ୍ୟାରେଡ୍ କରାଇଲେ

ବିହାର ୫।୫ : ବିହାରର ମୁଜାଫରପୁରର ଡକରାମା ଗାଁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତିନିଜଣ ମହିଳାଙ୍କୁ ମାଡ ଦିଆଯିବା ସହ ଅର୍ଦ୍ଧନଗ୍ନ କରାଇ ସେମାନଙ୍କୁ ପ୍ୟାରେଡ୍ କରାଯାଇଛି। ପୂର୍ବ ମୁଜାଫରପୁରର ଏସଡିଓ କନ୍ଦନ କୁମାର କହିଛନ୍ତି ଯେ, ଏହା ଏକ ଅପରାଧ। ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

ସୂଚନାଯୋଗ୍ୟ ଯେ, ମୁଜାଫରପୁରର ଡକରାମା ଗାଁର ଲୋକମାନେ ମହିଳାମାନଙ୍କୁ ମାଡ଼ ମାରିଥିଲେ କାରଣ ତାଙ୍କୁ ଡାହାଣୀ ହେବାର ଅନ୍ଧବିଶ୍ୱାସ ଥିଲା। ଯେଉଁ କାରଣରୁ ଗାଁ ଲୋକେ ମିଶି ତାଙ୍କୁ ମାଡ ମାରିବା ସହ ଅର୍ଦ୍ଧନଗ୍ନ କରି ରାସ୍ତାରେ ପ୍ୟାରେଡ କରାଇଥିଲେ। ଏହି ଘଟଣା ପରେ ଗାଁ ଛାଡି ପଳାଇଥିବା ମହିଳାମାନେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ସେମାନେ ଏହି ଅତ୍ୟାଚାର ବିଷୟରେ ଅଭିଯୋଗ କରିବାକୁ ସାହସ କରିପାରୁ ନାହାଁନ୍ତି। ହାମାରି ପୋଲିସ ଷ୍ଟେସନର ସଭାପତି ଜିତେନ୍ଦ୍ର ଦେବ ଦୀପକ କହିଛନ୍ତି ଯେ, ଘଟଣା ବିଷୟରେ ଜାଣିବା ପରେ ଜମାଦାରଙ୍କୁ ପୋଲିସ ଷ୍ଟେସନରୁ ଗାଁକୁ ପଠାଯାଇଥିଲା, କିନ୍ତୁ ପୀଡ଼ିତାଙ୍କ ଗାଁରେ ନ ଥିବାରୁ ତାଙ୍କ ବୟାନ ରେକର୍ଡ ହୋଇପାରିବ ନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ