PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅଗଷ୍ଟ୧୪ରେ ରିଲିଜ୍‌ ହେବ ଅପସରା-ରକ୍‌ଙ୍କ ଫିଲ୍ମ ‘ଥ୍ରୀଲର୍‌’: ଓଡ଼ିଆ ସମେତ ୧୧ଟି ଭାଷାରେ କରିବ ମୁକ୍ତିଲାଭ

ଭୁବନେଶ୍ୱର ୧୧/୦୮: ବଲିଉଡ୍‌ରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡ଼ିଆ ଯୋଡ଼ି ଅପସରା-ରକ୍‌ଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ଶେଷରେ ଉଭୟଙ୍କ ଅଭିନୀତ ଫିଲ୍ମ ‘ଥ୍ରୀଲର୍‌’ ମୁକ୍ତିଲାଭ କରିବାକୁ ଯାଉଛି । ଆସନ୍ତା ଅଗଷ୍ଟ ୧୪ ତାରିଖ ରାତି ୯ଟାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏନେଇ ଫିଲ୍ମର ନିର୍ମାତା ରାମଗୋପାଳ ବର୍ମା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଏ କମ୍ପାନି ପ୍ରଡକ୍ସନ ସାଉଥ୍‌ ପ୍ଲସ୍‌ ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଏନ୍‌ଏନ୍‌ଏନ୍‌ ସିରିଜ୍‌ ଏହି ଫିଲ୍ମଟି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ । ବଡ଼ କଥା ହେଲା ଫିଲ୍ମଟି ଖାଲି ହିନ୍ଦୀରେ ନୁହେଁ, ବରଂ ଓଡ଼ିଆ ସମେତ ମୋଟ ୧୧ଟି ଭାରତୀୟ ଭାଷାରେ ମୁକ୍ତିଲାଭ କରୁଛି । ଯେହେତୁ ଫିଲ୍ମର ଲିଡ୍‌ ଷ୍ଟାର୍‌ ଅପସରା ଏବଂ ରକ୍‌ ଉଭୟ ଓଡ଼ିଆ ତେଣୁ ପ୍ରଯୋଜନା ସଂସ୍ଥା ଏହାକୁ ନଜରରେ ରଖି ଓଡ଼ିଆ ଭାଷାରେ ରିଲିଜ୍‌ କରିବାକୁ ସ୍ଥିର କରିଛନ୍ତି । ଯେଉଁଥିପାଇଁ ନାୟକ-ନାୟିକା ଉତ୍ସାହିତ ହୋଇପଡ଼ିଛନ୍ତି ।

ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜୁରାଟୀ, ବେଙ୍ଗଲୀ ଏବଂ ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିବ । ଏହାର ଷ୍ଟ୍ରିମିଂ rgvworldtheatre.com/ShreyasET.com ରେ ହେବ । ଯାହା ପୋଷ୍ଟର୍‌ରେ ରହିବା ସହ ରାମୁ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ମହାମାରୀ କରୋନା କଟକଣା ଲାଗି ସିନେମା ଥିଏଟର ବନ୍ଦ ରହିଛି । ତେଣୁ ଦର୍ଶକଙ୍କୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ସିନେମା ଦେଖାଇବାକୁ ସ୍ଥିର କରିଛନ୍ତି ରାମୁ । ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ସେ କିଛି ଆକର୍ଷଣୀୟ ଉପହାର ରଖିଛନ୍ତି ।

ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରି ନିଜ ସହିତ ଏବଂ ନାୟିକା ଅପସରା ରାଣୀଙ୍କ ସହିତ କଥା ହେବାର ସୁଯୋଗ ନିଅନ୍ତୁ। ଖୁବ୍‌ କମ୍‌ ଲୋକଙ୍କ ପାଇଁ ଏହି ସୁଯୋଗ ରହିଛି । ଶ୍ରେଷ୍ଠ ୨୦ ଟିକେଟ୍‌ ବିଜେତାଙ୍କ ଏହି ସୁଯୋଗ ମିଳିବ । ଫ୍ୟାନ୍‌ଙ୍କୁ ଏହି ଉପହାର ବହୁତ ପସନ୍ଦ ଆସିଥିବା ଅନେକ ଉତ୍ସାହିତ ହୋଇ ଟିକେଟ୍‌ ବୁକିଂରେ ଲାଗିଛନ୍ତି । ଥରେ ଦେଖିବା ଲାଗି ଟିକେଟ୍‌ ମୂଲ୍ୟ ୨୦୦ ଟଙ୍କା ରହିଛି । ବାହାରେ ଏଥିପାଇଁ ଆମେରିକୀୟ ଡଲାର ୯.୯୯ ଦେବାକୁ ପଡ଼ିବ । ପାଖାପାଖି ୭୫୦ ଟଙ୍କା । ଗତ ଜୁଲାଇ ୨୫ରେ ପ୍ରଥମ ପୋଷ୍ଟର୍‌ ଏବଂ ୩୦ରେ ଟ୍ରେଲର୍‌ ରିଲିଜ୍‌ ହୋଇଥିଲା । ୧୦ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି ।