ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ରିଲିଜ୍‌‌ ହେଲା ରକ୍‌-ଅପସରାଙ୍କ ‘ଥ୍ରୀଲର୍‌’ର ଟ୍ରେଲର୍

ଭୁବନେଶ୍ୱର ୩୧/୦୭: ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ରାମଗୋପାଳ ବର୍ମାଙ୍କ ଏହି କ୍ରାଇମ୍‌ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ । ଯାହାଙ୍କୁ ନେଇ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚା । ଫିଲ୍ମ ଏବଂ ରାମଗୋପାଳ ବର୍ମାଙ୍କୁ ଛାଡ଼ି ଏହି ଦୁଇ କଳାକାରଙ୍କୁ ନେଇ ଏବେ ସବୁଠି ଆଲୋଚନା । ହ୍ୟାଣ୍ଡ୍‌ସମ୍‌ ନାୟକ ରକ୍‌ କାଚ୍ଚି ଓ ବୋଲ୍ଡ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

wp:html /wp:html

ଗୁରୁବାର ରିଲିଜ୍‌ ହୋଇଥିବା ୨ ମିନିଟ୍‌ ୩୬ସେକେଣ୍ଡ୍‌ର ଟ୍ରେଲର୍‌ରେ ଜବରଦସ୍ତ ଶୈଳୀରେ ଉଭୟ ନଜର ଆସିଛନ୍ତି । ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଦୁଇ ଓଡ଼ିଆ ନାୟକ-ନାୟିକା ନଜର ଆସିବେ । ସେଥିପାଇଁ ସିନେମାକୁ ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଛି ।

{"id":140261,"sizeSlug":"large"}

ଟ୍ରେଲର୍‌ରେ ରକ୍‌-ଅପସରାଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କର ଛାଇ ଦେଖିବାକୁ ମିଳିଛି । ଟ୍ରେଲର୍‌ଟି ସ୍ୱଳ୍ପ ସମୟ ପାଇଁ ହେଲେ ବି ନଜର ଟାଣି ରଖୁଛି । କିନ୍ତୁ ଫିଲ୍ମଟି କେବେ ରିଲିଜ୍‌ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି । ରାମଗୋପାଳଙ୍କ ଟ୍ୱିଟର୍‌ ଏବଂ ୟୁଟ୍ୟୁବ୍‌ରେ ଫିଲ୍ମର ଟ୍ରେଲର୍‌ ପୋଷ୍ଟ ହୋଇଛି । ଏହାକୁ ରକ୍‌-ଅପସରାଙ୍କୁ ଟ୍ୟାଗ୍‌ କରାଯାଇଛି । ଟ୍ରେଲର୍‌କୁ ନେଇ ଦର୍ଶକ ଏତେ ମତାମତ ଦେଇଛନ୍ତି, ଯାହାକୁ ଦେଖି ଅପସରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

wp:core-embed/youtube {"url":"https://youtu.be/oT4hmeKnQys","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/oT4hmeKnQys
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.