PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବିଜୟ ଦିବସ: ୧୯୭୧ ଯୁଦ୍ଧରେ ଏହି କାରଣରୁ ହାରିଥିଲା ପାକିସ୍ତାନ

ନୁଆଦିଲ୍ଲୀ ୧୩/୧୨: ଭାରତ ପାକିସ୍ତାନକୁ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ହରାଇ ପୂର୍ବ ପାକିସ୍ତାନକୁ ମୁକ୍ତ କରିଥିଲା ।  ଏହା ପରେ ବିଶ୍ୱ ନକ୍ସାରେ ଆଉ ଏକ ନୂଆ ଦେଶ ‘ବାଂଲାଦେଶ’ର ଉଦୟ  ହୋଇଥିଲା ।  ପାକିସ୍ତାନୀ ସେନା ୧୬ ଡିସେମ୍ବର ୧୯୭୧ରେ ଭାରତୀୟ ସେନା ଆଗରେ ହାର ମାନିଯାଇଥିଲା । ଏହି ଦିନ ଠାରୁ ପାକିସ୍ତାନ ଭାରତକୁ ନିଜର ବଡ ଶତ୍ରୁ ନଜରରେ ଦେଖୁଛି । ବିଜୟ ଦିବସ ଅବସରରେ ଆମେ ଆପଣଙ୍କୁ ସେହି ଯୁଦ୍ଧ ସମ୍ପର୍କରେ କିଛି ଅଜଣା କଥା ଜଣାଇବୁ ….

୧୯୭୧ ଯୁଦ୍ଧରେ ପାକିସ୍ତାନକୁ ଭାରତଠୁ ବଡ ହାରର ସାମ୍ନା କରିବାକୁ ପଡିଥିଲା । ଏହି ଯୁଦ୍ଧରେ ପାକିସ୍ତାନ ହାରିବା ଓ ଭାରତର ବିଜୟରେ ଉଭୟ ଦେଶର ସରକାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହି ସମୟରେ ପାକିସ୍ତାନର ମଙ୍ଗ ସୈନ୍ୟ ତାନାଶାହ ୟାହୟା ଖାନଙ୍କ ହାତରେ ଥିଲା ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଚୌକିରେ ଥିଲେ ଇନ୍ଦିରା ଗାନ୍ଧୀ । ସେ ସମୟରେ ଭାରତରେ ରାଜନୈତିକ ଡିପ୍ଲୋମେସି, ବ୍ୟୁରୋକ୍ରାସି ଓ ମିଲିଟ୍ରି ମଧ୍ୟରେ ଭଲ ସାମଞ୍ଜସ୍ୟ ଥିଲା । ତେଣୁ ପାକିସ୍ତାନକୁ ପରାସ୍ତ ହେବାକୁ ପଡିଲା ।

୧୯୭୧ ଯୁଦ୍ଧ ପୂର୍ବରୁ ଭାରତ ଋଶ୍ ସହିତ ଚୁକ୍ତି କରିଥିଲା ଏବଂ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ବାଂଲାଦେଶର ରିଫ୍ୟୁଜି ସମସ୍ୟାକୁ ଜୋରଦାର ଢଙ୍ଗରେ ଉଠାଇଥିଲା । ଅନ୍ୟପଟେ ପାକିସ୍ତାନ ଭାବିଥିଲା ଯେ ଏହି ଯୁଦ୍ଧରେ ଆମେରିକା ଓ ଚୀନ ତାକୁ ସାହାଯ୍ୟ କରିବେ  । କିନ୍ତୁ ଋଷ୍ ସହିତ ଚୁକ୍ତି ଭାରତକୁ ଲାଭଦାୟକ ସାବ୍ୟସ୍ତ ହେଲା ।  

ଏହି ସମୟରେ ପାକିସ୍ତାନରେ ନିଷ୍ପତ୍ତି ନେବା ଅଧିକାର କେବଳ କେନ୍ଦ୍ର ପାଖରେ ଥିଲା । ଏହି କାରଣରୁ କୌଣସି ନିଷ୍ପତ୍ତି ତଳ ପର୍ଯ୍ଯନ୍ତ ଆସିବାକୁ ସମୟ ଲାଗୁଥିଲା । ଏଥିପାଇଁ ପାକିସ୍ତାନ ଶୀଘ୍ର କୌଣସି ଷ୍ଟ୍ରାଟେଜି କରିପାରୁନଥିଲା । ଅନ୍ୟପଟେ ଭାରତରେ ଚିଫ୍ ଅଫ ଦ ଆର୍ମି ଷ୍ଟାଫ୍ ମାଣେକଶା ନିଷ୍ପତ୍ତି ନେବାର ପାୱର ଉଭୟ କମାଣ୍ଡରଙ୍କୁ ଦେଇଥିଲେ । ଏହା ଫଳରେ ଭାରତୀୟ ସେନା ଖୁବ ଶୀଘ୍ର ନିଷ୍ପତ୍ତି ନେଇ  ପାକିସ୍ତାନ ଉପରେ ଆକ୍ରମଣ କରୁଥିଲା । ପଶ୍ଚିମ ପାକିସ୍ତାନ ପୂର୍ବ ପାକିସ୍ତାନରେ ‘କ୍ରେକ୍ ଡାଉନ୍’ ଆରମ୍ଭ କରିଦେଲା ।  ଏହି କାରଣରୁ ପୂର୍ବ ପାକିସ୍ତାନ ସେନା ଦୁଷ୍କର୍ମ, ମର୍ଡର ଓ ଲୋକଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲା । ଏହା ଫଳରେ ଆର୍ମିର ଅନୁଶାସନ ଭଙ୍ଗ ହେଲା । ଏହି ସମୟରେ ଯେତେବେଳେ ତାର ସାମ୍ନା ଭାରତୀୟ ସେନା ସହ ହେଲା ତାଙ୍କୁ ପରାସ୍ତ ହୋଇ ସରେଣ୍ଡର କରିବାକୁ ପଡିଲା ।

ପାକିସ୍ତାନକୁ ଏହି ଯୁଦ୍ଧରେ ହାରର ସାମ୍ନା କରିବାକୁ ପଡିଲା କାରଣ ସେ ଭାରତର ଯୁଦ୍ଧ ରଣନୀତି ସମ୍ପର୍କରେ କିଛି ବି ବୁଝିପାରିଲାନି । ପାକିସ୍ତାନ ଏହା ଆଶା କରିଥିଲା ଯେ ଭାରତର ସେନା ପୂର୍ବ ପାକିସ୍ତାନରେ ନଦୀକୁ ପାରି କରି ଢାକା ପର୍ଯ୍ୟନ୍ତ ପହଞ୍ଚି ପାରିବେନି । ସେ ବର୍ଡରରେ ହିଁ ଛନ୍ଦି ରହିବେ । କିନ୍ତୁ ଏଥିରେ ପାକିସ୍ତାନ ଭୁଲ୍ ପ୍ରମାଣିତ ହେଲା । ଅନ୍ୟପଟେ ଭାରତୀୟ ସେନା ପାରାଟ୍ରୁପର୍ସଙ୍କ ସାହାଯ୍ୟରେ ଢାକାକୁ ଘେରିନେଲେ ଏବଂ ମୁକ୍ତି ବାହିନୀ ସାହାଯ୍ୟରେ ପୂର୍ବ ପାକିସ୍ତାନର ବର୍ଡରରୁ ଭିତରକୁ ପଶିଗଲେ । ଏହା ପରେ କଣ ହେଲା ତାହା ସାରା ଦୁନିଆ ଜାଣିଛି ।

ସମ୍ବନ୍ଧିତ ଖବର