୫ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଲା ଯୁବକ, ଏଭଳି ପର୍ଦାଫାଶ କଲା ଏସଟିଏଫ୍

ଭୋପାଳ,୧୭।୧୦: ନିଜର ୫ ଜଣ ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ତାଙ୍କୁ ସବୁ ପ୍ରକାର ଖୁସି ଦେବା ପାଇଁ ଜଣେ ବ୍ୟକ୍ତି ​‌ଶେଷରେ ପାଲଟିଲେ ବଡ ଠକ। ଏଥିପାଇଁ ସେ ୫୦ ଜଣ ମହିଳାଙ୍କୁ ଚାକିରି ଦେବା ବାହାନା ଦେଖାଇ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିଲା। ତେବେ ଏହି ମାମଲାରେ ବୁଧବାର ମଧ୍ୟପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍)କୁ ମିଳିଛି ବଡ ସଫଳତା। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ରେ ନର୍ସ ପଦବୀରେ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଗ୍ୟାଙ୍ଗକୁ ଏସଟିଏଫ ପର୍ଦାଫାଶ କରିଛି।

ପୋଲିସର ସୂଚନା ଅନୁସାରେ, କିଛି ଲୋକ କିଛି ମହିଳାଙ୍କୁ ଏମ୍ସରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମହିଳାମାନେ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏସଟିଏଫକୁ ମାମଲା ହସ୍ତାନ୍ତର କରାଯାଇଥିଲା।ତଦନ୍ତ ପରେ   ଏହି ଗ୍ୟାଙ୍ଗରର ମୁଖ୍ୟ ଜବଲପୁରର ଦିଲଶାଦ୍ ଖାନ ଓ ଭୋପାଳର  ଆଲୋକ କୁମାର ବାମନେକୁ ଗିରଫ କରିଥିଲା। ଏସଟିଏଫର ଏଡିଜି ଅଶୋକ ଅବସ୍ଥି କହିଥିଲେ, ଏହି ଗ୍ୟାଙ୍ଗ ଏମ୍ସରେ ନର୍ସ ପଦରେ ଭର୍ତ୍ତି ପାଇଁ ଏପର୍ଯ୍ୟନ୍ତ ୫୦ରୁ ଅଧିକ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ସାରିଛି।

ଏସଟିଏଫର କହିଛି ଯେ, ଦିଲଶାଦକୁ ପଚରାଉଚରା ବେଳେ ସେ କହିଥିଲା, ତା’ର ଜଣେ ସ୍ତ୍ରୀ ଜବଲପୁରରେ ଏକ ଘରୋଇ କ୍ଲିକିନ ଚଳାଉଥିା ବେଳେ ତା’ର ସାଙ୍ଗ ଆଲୋକର ସ୍ତ୍ରୀ ଭୋପାଳରେ ଏକ ସରକାରୀ ଗର୍ଲସ ହଷ୍ଟେଲରେ ସୁପରିଟେଣ୍ଡଣ୍ଟ ରହିଛି। କୁହାଯାଉଛି ଯେ, ଏବେ ଦୁଇ ମହିଳାଙ୍କର ସିଧାସଳଖ ଭାବରେ ଠକେଇରେ କୌଣସି ହାତ ରହିଛି ବୋଲି ତାହ ଏବେ ସ୍ପଷ୍ଟ ହୋଇନାହିଁ। ଏଟିଏଫର ସୂଚନା ଅନୁସାରେ ଏହି ଗ୍ୟାଙ୍ଗରେ ଟାର୍ଗେଟରେ  ଶିକ୍ଷିତ ଯୁବତୀମାନେ ରହୁଥିଲେ, ଯେଉଁମାନେ କି ଚାକିରି ସନ୍ଧାନରେ ରହିଥାନ୍ତି। ଏସଟିଏଫ ଏବେ ପତା ଲଗାଇବାରେ ଲାଗିଛି ଯେ, ଯେଉଁ ଯୁବତୀମାନେ ଏହି ଗ୍ୟାଙ୍ଗର ଶିକାର ହୋଇଛନ୍ତି ସେମାନେ ମଧ୍ୟପ୍ରଦେଶର କେଉଁ ସହର ଓ ଗାଁରେ ରୁହନ୍ତି।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR