ବଜ୍ରପାତରେ ଜଣଙ୍କ ମୃତ୍ୟୁ, ୩ ଆହତ

ଝାରସୁଗୁଡା ୨୮/୫:  ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଗମ୍ଭାରୀଗୁଡା ଗ୍ରାମର  ୨୮ ବର୍ଷୀୟ ପରୀକ୍ଷିତ ଭଇଁସା  ନିଜ ଘରେ ଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।  ଗମ୍ଭାରୀଗୁଡା ଗ୍ରାମର ବର୍ଷା ବେହେରା  ଓ କୁଲେମୁରା ଗ୍ରାମର ଶାଶୁ ମୁକ୍ତା ରୋହିଦାସ ଓ ବୋହୁ ସୁପ୍ରିୟା ରୋହିଦାସ  ନିଜ ଘରେ ଥିବାବେଳେ ବଜ୍ରପାତରେ ଆହତ ହୋଇ ମୁଦ୍ରାଜୋର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ମୃତ ପରୀକ୍ଷିତ ଭଇଁସାର ଶବକୁ ଜବତ କରି ଆସନ୍ତା କାଲି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଯିବ ବୋଲି କହିଛନ୍ତି । ଏଥିସହ ଖଇରଡ଼ିହି ଓ କୁଲେମୁରା ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଗାଈ ବଜ୍ରପାତରେ ମୃତୁ ହୋଇଥିବା ଜଣାପଡିଛି ।  ଅନ୍ୟପଟେ ବଜ୍ରପାତରେ ମୃତ୍ୟୁ ଘଟିଥିବା  ଗାଈ ଗୋରୁ  ମାଲିକଙ୍କୁ କ୍ଷତିପୂରଣ ଦେବାପାଇଁ ଅଞ୍ଚଳ ଲୋକେ ଦାବି କରିଛନ୍ତି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି ।

   ସମ୍ବନ୍ଧିତ ଖବର


ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଠକିନେଲା MCL ! ଏଯାଏଁ ମିଳିଲାନି କ୍ଷତିପୂରଣ, ଦୁଇଦିନ ହେବ ଅନଶନରେ ଜମି ମାଲିକ…

ନିଆଁ ଲାଗି ଦୁଇ ମହିଳା ଗୁରୁତର, ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଗାନ୍ଧୀଛକ ଚଉତରାକୁ ଚଢ଼ିଗଲା ଟ୍ରକ୍‌, ଭାଙ୍ଗିଲା ହାଇମାଷ୍ଟ୍‌ ଲାଇଟ୍‌

ଓଭର୍‌ଟେକ୍ କରୁଥିବା ବାଇକକୁ ଧକ୍କା ଦେଲା ଟ୍ରକ୍,୩ ଆହତ

ଡାକ୍ତରଖାନାରେ ଝୁଲିଲା ତାଲା, ଧାରଣାରେ ବସିଲେ ଗ୍ରାମବାସୀ

ଆଶ୍ଚର୍ଯ୍ୟ ହେଲେ ବି ସତ: ବୟସ ମାତ୍ର ଚାରି, ୩ ମିନିଟରେ ପାରି ହେଉଛି ପୋଖରୀ