ଗ୍ରୀଷ୍ମ ଗାଏବ : ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ, ଉତ୍ତର ଓଡ଼ିଶାରେ ସମ୍ଭାବନା ଅଧିକ

ଭୁବନେଶ୍ୱର,୬।୫: ମେ ମାସରେ ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ଜ୍ୱାଳା ଜାରି ରହିଥାଏ । ମାତ୍ର ଏଥର ପାଗ ପୂରା ଭିନ୍ନ । କାଁ ଭାଁ ପାରଦ ୪୦ ଡିଗ୍ରୀ ପାଖାପାଖି ଛୁଉଁଛି । ବାକି ସବୁଠି ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍‌ ରହୁଛି ଦିନ ତାପମାତ୍ରା । ଆଜି ରାଜ୍ୟର ମାତ୍ର ଗୋଟିଏ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏଥିରୁ ଅନୁମାନ କରାଯାଇପାରେ, ଏ ବର୍ଷ ଗ୍ରୀଷ୍ମ ସେତେଟା ତାଉ ଦେଖାଉନି ।

ପାଣିପାଗ ବିଭାଗର ପୂର୍ବାନୁମାନ, ବର୍ତ୍ତମାନ ରାଜ୍ୟରେ ତାତି ବିଶେଷ ବଢ଼ିବ ନାହିଁ । କାଳବୈଶାଖୀ ଜାରି ରହିବ । ବିଶେଷକରି ଉତ୍ତର ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି । ଗ୍ରୀଷ୍ମ ଲହରୀ ଆଶଙ୍କା ଏବେ ଦେଖାଯାଉନି । ଯଦି ବି କୌଣସି ଜାଗାରେ ତାତି ବଢ଼ିବ, ସେଠାରେ କାଳବୈଶାଖୀ ସମ୍ଭାବନା ବି ରହୁଛି । ଯାହାକି ତାତିକୁ ପୁଣି ଖସାଇଦେବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ କହିବାନୁଯାୟୀ ରାଜ୍ୟରେ ଏବେ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । କାଳବୈଶାଖୀ ପ୍ରାୟ ପ୍ରତିଦିନ ହେବ । ଯେଉଁ ଅଞ୍ଚଳରେ କାଳବୈଶାଖୀ ହେବ, ସେଠାରେ ତାପମାତ୍ରା କମିଯିବ । ବୁଧବାର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଠାଏ ଠାଏ ବର୍ଷା, ପବନ ହୋଇପାରେ । ବୁଧବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କେନ୍ଦୁଝର, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା, ପବନ ଆଶଙ୍କା ଅଛି । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିପାରେ । ଆସନ୍ତା ୭, ୮, ୯ ତାରିଖରେ ମଧ୍ୟ କାଳବୈଶାଖୀ ଜାରି ରହିବ । ତା’ ପରେ ପାଗ ସାମାନ୍ୟ ବଦଳିପାରେ । ଅପରପକ୍ଷରେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଥିବା ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା ନାହିଁ । ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ନାହିଁ ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ