ଗୁରୁବାର ରାଶିଫଳ

ଅଦ୍ୟ ତା.୧୪.୦୧.୨୦୨୧ରିଖ, ମକର ଏକ ଦିନ, ପୌଷ ମାସ ଶୁକ୍ଳପକ୍ଷ ପ୍ରତିପଦା, ଗୁରୁବାର । ପ୍ରତିପଦା-ଦିବା ୯ଟା ୦୫ ମିନିଟ୍‌, ଶ୍ରବଣା-ନିଶାନ୍ତ ୫ଟା ୦୭ ମିନିଟ୍‌ ମକର ଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୬ଟା ୨୫ ମିନିଟ୍‌ ୨୬ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୨୬ ମିନିଟ୍‌ ୦୨ ସେକେଣ୍ଡ । ମୃତେ ଦିବା ୯ଟା ୦୫ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । ପାଣି କଖାରୁ ଖାଇବା ମନା, ଖାଇଲେ ଅର୍ଥହାନି । ଅଦ୍ୟ ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ।

ଗୁରୁବାର ରାଶିଫଳ
ମେଷ: କର୍ମ ପ୍ରତି ଧ୍ୟାନ ଅଧିକ ରହିବ । କର୍ମରେ ଏକାଗ୍ରତା, ଆନ୍ତରିକତାଭାବ ପ୍ରକାଶ ପାଇବ ଓ କର୍ମ କରିବାର ନୂତନ କୌଶଳ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ମନରେ ଉତ୍ସାହ, ଉଦ୍ଦୀପନାଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।

ବୃଷ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରମୋଶନ ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ଗୁରୁଜନଙ୍କ ଆଶୀର୍ବାଦ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଚ୍ଚ ଆଶା ରଖିବେ । ମହିଳାମାନେ ପରିବାରରେ ସମ୍ମାନ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା ।

ମିଥୁନ: ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଧନ କ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମରେ ବାଧା ଓ କର୍ମ ପ୍ରତି ଅନାଗ୍ରହଭାବ ଜାଗ୍ରତ ହେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ପରିଶ୍ରମ ତୁଳନାରେ ଫଳ କମ୍‌ ରହିବ । ଯେଉଁମାନଙ୍କର ପୁନର୍ବସୁ ମିଥୁନ, ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ନାରାୟଣ ।

କର୍କଟ: ସ୍ତ୍ରୀସୋ÷ଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆଶାତୀତ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ଭଗବାନ ଶିବ ।

ସିଂହ : ଘାତଚନ୍ଦ୍ର ହେତୁ ବାଦବିବାଦ, ଶତ୍ରୁ ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ମନରେ ବିରକ୍ତିଭାବ ଓ କ୍ରୋଧ ପ୍ରକାଶ ପାଇବ । ପରିବାରରେ ବିବାଦ ଓ ଶତ୍ରୁ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ସାମାନ୍ୟ ଶାରୀରିକ ପୀଡ଼ା ଓ ଋଣ କରିବାକୁ ପଡ଼ିପାରେ । ଯେଉଁମାନଙ୍କର ପୂର୍ବା ଫାଲ୍‌ଗୁନି ସିଂହ, ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ କଳହପ୍ରିୟା ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଗଣେଶ ।

କନ୍ୟା: ଯଶ, ସମ୍ମାନ ଓ ଜନସମ୍ପର୍କ ବୃଦ୍ଧି ପାଇବ । ମାନସିକ, ପାରିବାରିକ ଶାନ୍ତି ଓ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ପ୍ରଶଂସନୀୟ ଅବଦାନ ରହିବ । ନୂତନ କଳା ଓ ସଂସ୍କୃତି ପ୍ରତି ରୁଚି ରଖିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ କୃପା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉନ୍ନତି କରିବେ । ମହିଳାମାନେ ସ୍ନେହୀ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୪, ଆରାଧନା-ଛିନ୍ନମସ୍ତା ।

ତୁଳା : ଘାତବାର ଓ ଚତୁର୍ଥ ଚନ୍ଦ୍ର ହେତୁ ତୀବ୍ର ମାନସିକ ଅଶାନ୍ତି ଭୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତିର ସମ୍ଭାବନା ଅଧିକ । କର୍ମରେ ବାଧା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ ଓ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଯାନବାହନରେ କ୍ଷତି, ପରିବାରରେ ବିବାଦ ଦେଖାଦେବ । ଯେଉଁମାନଙ୍କର ବିଶାଖା ତୁଳା, ସେମାନଙ୍କର ଅଧିକ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନଙ୍କର ମିତ୍ରଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ ।

ବିଛା : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଘଟିପାରେ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ପ୍ରଭୁ ହନୁମାନ ।

ଧନୁ: ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ମନରେ ଉତ୍ସାହ ଓ ଉଦ୍ଦୀପନାଭାବ ଜାଗ୍ରତ ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ ଓ ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସମ୍ମାନିତ ହେବେ । ମହିଳାମାନେ ପରିବାରର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।

ମକର: ମନ ପ୍ରଫୁଲ୍ଲ, ଶରୀର ସୁସ୍ଥ, ପରିବାରରେ ଶାନ୍ତି, ସ୍ୱଜନରେ ସୁସମ୍ପର୍କ ଓ ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ । ପୁରାତନ ବନ୍ଧୁ କିମ୍ବା ନୂତନ ବନ୍ଧୁଙ୍କ ସହାୟତା ଓ ତାଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯଶସ୍ୱୀ ହେବେ । ମହିଳାମାନଙ୍କର ପରିବାର ସେବାରେ ମନ ବଳିବ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବିମଳା ।

କୁମ୍ଭ: ଦ୍ୱାଦଶ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଓ ପରିବାରର ବ୍ୟୟଭାରରେ ଅତିଷ୍ଠ ହେବେ । କର୍ମରେ ଅଯଥା ବିଳମ୍ବ ଓ କର୍ମ ପ୍ରତି ଆଳସ୍ୟତାଭାବ ଜାଗ୍ରତ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନଙ୍କର ଅଧିକ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅପବ୍ୟୟ କରିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା- ମା’ ଚଣ୍ଡୀ ।

ମୀନ: ଏକାଦଶ ଚନ୍ଦ୍ର ହେତୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ଧୂମାବତୀ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୃହସ୍ପତି ମହାମନ୍ତ୍ରସ୍ୟ,
ଈଶ୍ୱର ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ବୃହସ୍ପତି ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ କ୍ଲିଂ ବୃହସ୍ପତୟେ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ସୁଖଂ ଚ ଦୁଃଖଂ ଚ ଭବାଭଭୌଚ
ଲାଭା ଲାଭୌ ମରଣଂ ଜୀବିତଂ ଚ ।
ପର୍ଯାଯଶଃ ସର୍ବମେତେ ସ୍ମୃଣନ୍ତି
ତସ୍ମାତ୍‌ ଧୀରୋନ ଚ ହ୍ୟଷ୍ୟେନ୍ନ ଶୋଚତେ ।
ଭାବାର୍ଥ: ଏ ସଂସାରରେ ସୁଖ-ଦୁଃଖ, ଭଲ-ମନ୍ଦ, ନିର୍ମାଣ-ବିନାଶ, ହାନି-ଲାଭ, ଜୀବନ-ମରଣ, ଯଶ-ଅପମାନ ଆଦି ସମସ୍ତ ସାଥିରେ ଲାଗି ରହିଥାଏ । ଏଣୁ ବିବେକବାନ ବ୍ୟକ୍ତି ଓ ଜ୍ଞାନୀ ଏଥିରେ ବିଚଳିତ ହୁଅନ୍ତି ନାହିଁ । କାରଣ ପରିସ୍ଥିତି ଓ ସମୟ ଉପରେ ଦେବତାଙ୍କର ମଧ୍ୟ ନିୟନ୍ତ୍ରଣ ନ ଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ