PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗୁରୁବାର ରାଶିଫଳ: ଏହି ରାଶିର ଲୋକମାନଙ୍କ ଆୟ ଉତ୍ତମ ହେବା ସହ ଦାମ୍ପତ୍ୟ ଜୀବନ ମଧୁର ହେବ

ଅଦ୍ୟ ତା.୦୨.୧୨.୨୦୨୧ରିଖ, ବିଛା ୧୭ ଦିନ, ମାର୍ଗଶିର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ, ଗୁରୁବାର । ତ୍ରୟୋଦଶୀ-ରାତ୍ରି ୮ଟା ୩୦ ମିନିଟ୍‌ । ସ୍ୱାତୀ-ଦିବା ୪ଟା ୩୦ ମିନିଟ୍‌ । ତୁଳା ଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ଯୋଗିନୀ ଦକ୍ଷିଣେ ରାତ୍ରି ୮ଟା ୩୦ ମିନିଟ୍‌ ଗତେ ପଶ୍ଚିମେ । ସୂର୍ଯ୍ୟୋଦୟ : ୬ଟା ୦୬ ମିନିଟ୍‌ ୫୭ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୫ ମିନିଟ୍‌ ୦୬ ସେକେଣ୍ଡ । ମୃତେ ଦିବା ୪ଟା ୩୦ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । ବାଇଗଣ ଖାଇବା ମନା, ଖାଇଲେ ପୁତ୍ରହାନି । ଅଦ୍ୟ ପ୍ରଥମ ପାଳି ମାଣବସା, ଶିବୋପବାସ, ବେଢ଼ା ପରିକ୍ରମା ।

ଗୁରୁବାର ରାଶିଫଳ
ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ପରିବାର ପ୍ରତି ବିନୟୀ ହେବେ ଓ ପରିବାରକୁ ଆଜି ଅଧିକ ସମୟ ଦେବେ । କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମଉଜ ମଜଲିସରେ ମନ ଦେବେ । ମହିଳାମାନେ ସ୍ୱାମୀଅନୁରକ୍ତା ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ସ୍କନ୍ଦ ।

ବୃଷ: ଉଚ୍ଚ ପଦବୀ, ରାଜକୀୟ ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ, ଐଶ୍ୱର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ଶରୀର ଆରୋଗ୍ୟ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ, ପଦସ୍ଥ କର୍ମଚାରୀଙ୍କ କୃପା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।

ମିଥୁନ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ପାଞ୍ଚୋଟି କର୍ମରେ ଅଶୁଭ ଫଳ ପ୍ରାପ୍ତ ହେବ । ବିଦ୍ୟାରେ ଅସଫଳ, ସନ୍ତାନହେତୁକ ଦୁଶ୍ଚିନ୍ତା, ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ମାନସମ୍ମାନ ହାନି, କର୍ମସ୍ଥାନରେ ଅଶାନ୍ତି ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । କର୍ମରେ ବିଫଳତା ଏବଂ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ନାରାୟଣ ।

କର୍କଟ: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମ ପ୍ରତି ଅଧିକ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ । କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଏବଂ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ମନରେ ଅସ୍ଥିରତା ଭାବ ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ଓ ପୁଷ୍ୟା କର୍କଟ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା-ମା’ ସମଲେଶ୍ୱରୀ ।

ସିଂହ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହଶ୍ରଦ୍ଧା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମ ପ୍ରତି ଏକାଗ୍ରତା ଆନ୍ତରିକ ଭାବ ପ୍ରକାଶ ପାଇବ । ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ କର୍ମନିଯୁକ୍ତି ମିଳିପାରେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସୁନାମ ଅର୍ଜନ କରିବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଜାନନ ।

କନ୍ୟା: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ମୂଲ୍ୟବାନ ପଦାର୍ଥ ହଜିଯାଇପାରେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଏବଂ ଆର୍ଥିକ ଅନଟନ ଉତ୍କଟ ହେବ । କର୍ମରେ ବିଫଳତା, ବାଧାବିଘ୍ନ ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୧୨, ଆରାଧନା-ମା’ ତ୍ରିପୁରସୁନ୍ଦରୀ ।

ତୁଳା : ଶ୍ରୀଚନ୍ଦ୍ର ହେତୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଅଳ୍ପକେ ସନ୍ତୁଷ୍ଟ ହେବେ । ମାନସମ୍ମାନ, ସ୍ୱଜନ ଓ ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ଦେହ ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ମିଳିବ । ଆମୋଦପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ଯେଉଁମାନଙ୍କର ଚିିତ୍ରା ଓ ବିଶାଖା ତୁଳା ସେମାନେ ସଫଳତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମଉଜ ମଜଲିସରେ ମନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୬, ଆରାଧନା- ମା’ କମଳା ।

ବିଛା: କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ହେତୁ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସମସ୍ତ ପ୍ରକାର ଭୁଲ୍‌ ଭଟକା କର୍ମରୁ ନିବୃତ୍ତ ହେବେ ଏବଂ ଶୁଭକର୍ମ ପ୍ରତି ଆକୃଷ୍ଟ ହେବେ । ସମସ୍ତ କର୍ମରେ ଦୂରଦର୍ଶୀ ଓ ପ୍ରତ୍ୟୁତ୍ପନମତିର ଛାପ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ ସମସ୍ତ ଅଟକିଥିବା କାମ ଏବଂ କଷ୍ଟସାଧ୍ୟ କାମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।

ଧନୁ: ଏକାଦଶ ଚନ୍ଦ୍ର ହେତୁ ଆୟ ପ୍ରତି ଏବଂ ଉନ୍ନତିମୂଳକ କର୍ମ ପ୍ରତି ଅଧିକ ଧ୍ୟାନ ରହିବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର ମୂଳା ଧନୁ ସେମାନେ ଅଧିକ ସଫଳତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୨, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ଗୁରୁତ୍ୱ ଦେବେ ଏବଂ କର୍ମ ପ୍ରତି ଅଧିକ ଧ୍ୟାନ ଓ ମନ ଦେବେ । ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କର୍ମକୁଶଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ, ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଧ୍ୟାନ ଦେବେ । ମହିଳାମାନେ ଚଳଚଞ୍ଚଳ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୧, ଆରାଧନା-ମା’ ଚଣ୍ଡୀ ।

କୁମ୍ଭ: ଘାତବାର ଓ କୃଷ୍ଣପକ୍ଷର ନବମ ଚନ୍ଦ୍ର ଭୋଗ ହେଉଥିବା ହେତୁ ମାନ ସମ୍ମାନ ହାନି, ମାନସିକ ଅସ୍ଥିରତା ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ମେରୁଦଣ୍ଡ ଦୋହଲିଯିବ । କର୍ମରେ ବିଫଳତା, ମାନ ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୩, ଆରାଧନା-ମା’ ଭୈରବୀ ।

ମୀନ: ଅଷ୍ଟମ ଚନ୍ଦ୍ର, ତ୍ରୟୋଦଶୀ ତିଥି ଏବଂ ଗୁରୁବାର ହେତୁ ଦିନଟି ଆପଣଙ୍କ ପାଇଁ ବିଶେଷ ଶୁଭ ଫଳଦାୟକ ହେବ ନାହିଁ । ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଯାହା ଆୟ ହେବ, ତା’ଠାରୁ ଅଧିକ ବଦଖର୍ଚ୍ଚ ହେବ । କର୍ମରେ ମଧ୍ୟମ ଧରଣର ସଫଳତା ଏବଂ ମନରେ ବ୍ୟସ୍ତତା, ବିବ୍ରତତା ଲାଗି ରହିବ । ଯେଉଁମାନଙ୍କର ରେବତୀ ମୀନ ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ଧୂମାବତୀ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୃହସ୍ପତି ମହାମନ୍ତ୍ରସ୍ୟ,
ଈଶ୍ୱର ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ବୃହସ୍ପତି ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ କ୍ଲିଂ ବୃହସ୍ପତୟେ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଗନେ୍ଧନ ଗାବଃ ପଶ୍ୟନ୍ତି ବେଦୈଃ ପଶ୍ୟନ୍ତି ବ୍ରାହ୍ମଣାଃ ।
ଚାରୈଃ ପଶ୍ୟନ୍ତି ରାଜାନ ଶ୍ଚକ୍ଷୁର୍ଭ୍ୟାମିତରେ ଜନାଃ ।
ଭାବାର୍ଥ: ଗାଈ ଶୁଙ୍ଘିବା ଦ୍ୱାରା ଜାଣିଥାଏ । ବ୍ରାହ୍ମଣଙ୍କୁ ବେଦରୂପୀ ଜ୍ଞାନ ଦ୍ୱାରା, ରାଜା ଗୁପ୍ତଚରଙ୍କ ଦ୍ୱାରା ଓ ସାଧାରଣ ଲୋକ ଯାହା ଦେଖନ୍ତି ଓ ଯାହା ଶୁଣନ୍ତି, ତାକୁ ହିଁ ସତ୍ୟ ବୋଲି ମାନିଥାନ୍ତି ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ