ଗୁରୁବାର ରାଶିଫଳ

ଅଦ୍ୟ ତା.୨୨.୧୦.୨୦୨୦ରିଖ, ତୁଳା ୬ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ, ଗୁରୁବାର । ଷଷ୍ଠୀ-ଦିବା ୭ଟା ୪୩ ମିନିଟ୍‌ ପୂର୍ବାଷାଢ଼ା-ରାତ୍ରି ୧ଟା ୧ ମିନିଟ୍‌ ଧନୁ ଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ : ୫ଟା ୪୫ ମିନିଟ୍‌ ୦୬ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୬ ମିନିଟ୍‌ ୪୬ ସେକେଣ୍ଡ । ମୃତେ ଦିବା ୭ଟା ୪୩ ମିନିଟ୍‌ ଗତେ ଏକପାଦ, ରାତ୍ରି ୧ଟା ୧ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ । ତାଳ ଖାଇବା ନିଷେଧ, ଖାଇଲେ ଦେହନାଶ, ଦେହରେ ରୋଗ । ଅଦ୍ୟ ତପଃ ଷଷ୍ଠୀ, ଶ୍ରୀମନ୍ଦିରରେ ମହା ସପ୍ତମୀ ।

ଗୁରୁବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆଶାତୀତ ସଫଳତା ଓ ପଦସ୍ଥ କର୍ମଚାରୀଙ୍କ କୃପା ଲାଭ କରିବେ । ରାଜନୈତିକ ବ୍ୟକ୍ତିଙ୍କ କ୍ଷମତା ଓ ଲୋକ ସମ୍ପର୍କ ବୃଦ୍ଧି ପାଇବ । ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ମାନସିକ, ପାରିବାରିକ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ପରିଶ୍ରମ କରିବେ । ମହିଳାମାନଙ୍କର ସମ୍ମାନ ବୃଦ୍ଧି ପାଇବ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ବଗଳାମୁଖୀ ।

ବୃଷ : ମନରେ ଅସ୍ଥିରତା ଭାବ ଓ ବିରକ୍ତିଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ଅଷ୍ଟମ ଚନ୍ଦ୍ର ହେତୁ କର୍ମସ୍ଥାନରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ମୃଗଶିରା ବୃଷ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ, ତେଣୁ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୧, ଆରାଧନା: ମା’ ଗାୟତ୍ରୀ ।

ମିଥୁନ : ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ କୌଣସି ବିଶେଷ ସୂତ୍ରରୁ ଧନ ମିଳିପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମସ୍ଥାନରେ ପ୍ରଶଂସିିତ ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଖବର ମିଳିପାରେ । ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ପରିବାରର ସେବା ଓ ସ୍ୱାମୀସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ କର୍ମରେ ସଫଳତା ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଘାତବାର ହେତୁ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇପାରେ । ପୁରାତନ ରୋଗରୁ ମୁକ୍ତି ପାଇବେ ଓ ଋଣମୁକ୍ତ ହେବାର ଚେଷ୍ଟା କରିବେ । ପରିବାରରେ ଶାନ୍ତି ଓ ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଯତ୍ନ କରିବେ । ମହିଳାମାନେ ପରିବାର ସଦସ୍ୟଙ୍କ ମନ ଜିଣିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଆତ୍ମସନ୍ତୋଷ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ବାପାମା’ଙ୍କ କୃପାଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମ ପ୍ରତି ଅଧିକ ଯତ୍ନ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଚତୁର୍ଥ ଚନ୍ଦ୍ର ହେତୁ କର୍ମସ୍ଥାନରେ ବାଧାବିଘ୍ନ ଓ ଅଶାନ୍ତି ଦେଖାଦେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ପରିବାରରେ ବିବାଦ ଦେଖାଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ବହୁତ ଅସୁବିଧାରେ ପଡ଼ିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ପରିବାରରେ ବିବାଦର କାରଣ ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା: ମା’ ଷୋଡ଼ଶୀ ।

ତୁଳା : ଘାତବାର ଓ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ବାଧା ପହଞ୍ଚିବ । ଯେଉଁ ବ୍ୟକ୍ତିମାନଙ୍କର ଚିତ୍ରା ତୁଳା ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଭାଇଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ଚକୋଲେଟ, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।

ବିଛା : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ମିଳିପାରେ । ହୃତଧନ ଓ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ମାନସିକ ଅବସାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।

ଧନୁ: ଶ୍ରୀଚନ୍ଦ୍ର ହେତୁ ମାନସିକ, ପାରିବାରିକ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତଙ୍କର ଶ୍ରଦ୍ଧା ଓ ସାହାଯ୍ୟ ସହଯୋଗ ପାଇବେ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ପରିବାରରେ ହସଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧିକ ଯତ୍ନ କରିବେ । ମହିଳାମାନେ ପରିବାରର ସ୍ନେହ, ଶ୍ରଦ୍ଧା ଓ ଆଦର ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରା ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । କର୍ମ ପ୍ରତି ଅନାଗ୍ରହ ଭାବ ଓ ଆଳସ୍ୟତା ଯୋଗୁ ଠିକ୍‌ ସମୟରେ କର୍ମ କରିବାରୁ ବଞ୍ଚିତ ହେବେ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନଙ୍କ ପାଇଁ ଦିନଟି ଅଶୁଭ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଘାତବାର ଓ ଘାତଚନ୍ଦ୍ର ହେତୁ ବିଶେଷ ସତର୍କତା ଅବଲମ୍ବନ କରିବେ । ସ୍ୱକର୍ମ ପ୍ରତି ବିପଦ ଆସିପାରେ କିମ୍ବା ରୋଜଗାର ହରେଇ ପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ବିପଦ ଓ କର୍ମସ୍ଥାନରେ ବିଘ୍ନ ଦେଖାଦେବ । ଧନକୁ ନେଇ ବିବାଦ କିମ୍ବା ଧନ ହଜିଯାଇପାରେ । ମନ ଅସ୍ଥିର ଓ ଚଳଚଞ୍ଚଳ ରହିବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ ରହିବ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଗ୍ୟାସ୍‌ ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ କାଳୀ ।

ମୀନ: ଦିନଟି ଆପଣଙ୍କ ପାଇଁ ସୁଖ, ସୌଭାଗ୍ୟର ଦିନଟିଏ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟରେ ଆୟ ଉତ୍ତମ ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଅସମ୍ଭବ କର୍ମକୁ ସମ୍ଭବ କରିବାରେ ଆଜି ସମର୍ଥ ହେବେ । ବିଦ୍ୟାର୍ଥୀ କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରିଣୀ ।
ବିଶେଷ ସୂଚନା

ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୃହସ୍ପତି ମହାମନ୍ତ୍ରସ୍ୟ,
ଈଶ୍ୱର ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ବୃହସ୍ପତି ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ କ୍ଲିଂ ବୃହସ୍ପତୟେ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯଥା ଯଥାହି ପୁରୁଷଃ
କଲ୍ୟାଣ କୁରୁତେ ମନଃ ।
ତଥା ତଥାସ୍ୟ ସର୍ବାର୍ଥାଃ
ସିଦ୍ଧନ୍ତେ ନାତ୍ର ସଂଶୟଃ ।
ଭାବାର୍ଥ: ମନୁୁଷ୍ୟ ଯେତେ ଯେତେ ଶୁଭ କର୍ମରେ ମନ ଲଗାଏ ଓ ଶୁଭ ଚିନ୍ତା କରେ, ତା’ର ମନରୁ ଅସତ୍‌ କର୍ମ ଓ ଖରାପ କଥା ଦୂରେଇଯାଏ ଏବଂ ତା’ର ସମସ୍ତ କର୍ମରେ ସୁଫଳ ମିଳେ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ