ଶୀଘ୍ର ମାଗନ୍ତୁ ଏୟାରଲାଇନ୍ସଠୁ ନିଜ ଟିକେଟର ରିଫଣ୍ଡ, ଜାଣି ରଖନ୍ତୁ ନୂଆ ନିର୍ଦ୍ଦେଶ

ନୁଆଦିଲ୍ଲୀ ୧୭/୪: ଯଦି ଆପଣ ଲକଡାଉନ୍ ପୂର୍ବରୁ କୌଣସି ଫ୍ଲାଇଟ୍ ବୁକ୍ କରିଛନ୍ତି । ତେବେ କମ୍ପାନୀଠୁ ନିଜ ରିଫଣ୍ଡ ମାଗିବାର ସମୟ ଆସିଯାଇଛି । ତେବେ ହୁଏତ ଏୟାରଲାଇନ୍ସ କୌଣସି ବାହାନା କରିପାରେ । କେନ୍ଦ୍ର ସରକାର ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଜାଣନ୍ତୁ ଏହି ପ୍ରକ୍ରିୟା ସମ୍ପର୍କରେ…

ମନ୍ତ୍ରାଳୟର ନିର୍ଦ୍ଦେଶ
ସିଭିଲ୍ ଆଭିଏସନ୍ ମିନିଷ୍ଟ୍ରୀ ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଆଭିଏସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଯାତ୍ରୀଙ୍କ ପଇସା ରିଫଣ୍ଡ କରାଯାଉ । ମନ୍ତ୍ରାଳୟର ସୂଚନା ଅନୁସାରେ କରୋନା ଲକଡାଉନ୍ ଯୋଗୁଁ ସସପେଣ୍ଡ ଫ୍ଲାଇଟ ପାଇଁ କୌଣସି ଅନ୍ୟ ତାରିଖର ଟିକେଟ୍ ଉପଲବ୍ଧ କରାଇବା ସଠିକ୍ ପଦକ୍ଷେପ ନୁହେଁ । ଏଥିପାଇଁ ସମସ୍ତ କମ୍ପାନୀମାନଙ୍କୁ ଲକଡାଉନ୍ ଯୋଗୁଁ ରଦ୍ଦ ହୋଇଥିବା ଟିକେଟର ରିଫଣ୍ଡ ଦେବାକୁ ହେବ ।

ଧ୍ୟାନ ଦିଅନ୍ତୁ କେମିତି ମିଳିବ ରିଫଣ୍ଡ
ଯଦି ଆପଣ ପ୍ରଥମ ଲକଡାଉନ୍ ଅର୍ଥାତ୍ ୨୫ ମାର୍ଚ୍ଚ ପରଠୁ ଫ୍ଲାଇଟ୍ ବୁକ୍ କରିଛନ୍ତି, ପେମେଣ୍ଟ କରିଛନ୍ତି ଏବଂ ଯାତ୍ରା ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ମଧ୍ୟରେ ଥିଲା ଆପଣଙ୍କୁ ପଇସା ରିଫଣ୍ଡ ମିଳିପାରିବ । କିମ୍ବା ଯଦି ଆପଣ ୨୫ ମାର୍ଚ୍ଚ ପରେ ଫ୍ଲାଇଟ୍ ବୁକ୍ କରିଛନ୍ତି, ପେମେଣ୍ଟ କରିଛନ୍ତି ଏବଂ ଯାତ୍ରା ୧୪ ମାର୍ଚ୍ଚ ପରେ ଦ୍ୱିତୀୟ ଲକଡାଉନ୍ ସମୟ ଅର୍ଥାତ୍ ୩ ମେ ପର୍ଯ୍ୟନ୍ତ ଥିଲା ତେବେ ମଧ୍ୟ ରିଫଣ୍ଡ ମିଳିପାରିବ । ଏହି ୨ ସର୍ତ୍ତ ମଧ୍ୟରୁ ଗୋଟିଏ ନିଶ୍ଚିତ ପୂରା ହେବ । ରିଫଣ୍ଡ ମାଗିବାର ୩ ସପ୍ତାହ ଭିତରେ ରିଫଣ୍ଡ ପଇସା ମିଳିପାରିବ ।

ଜଣେ ଅଧିକାରୀଙ୍କ କହିବାନୁସାରେ ଡିଜିସିଏର ନିର୍ଦ୍ଦେଶ ପରେ ସବୁ ଏୟାରଲାଇନ୍ସଙ୍କୁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ । ଯଦି ଆପଣ ପ୍ରଥମ ଲକଡାଉନ୍ ଅର୍ଥାତ୍ ୨୫ ମାର୍ଚ୍ଚରୁ କିମ୍ବା ଏହା ପରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଥିଲେ ଏବଂ ପୁଣି କ୍ୟାନ୍ସଲ କରିବାକୁ ପଡୁଛି ତେବେ ଆପଣଙ୍କୁ ନିଜ ଟିକେଟର ପୁରା ପଇସା ଫେରସ୍ତ ମିଳିବ  ।

ସୂଚନାଯୋଗ୍ୟ ଲକଡାଉନ୍ ଘୋଷଣା ପରେ ପ୍ରାୟ ସବୁ କମ୍ପାନୀ ଯାତ୍ରୀଙ୍କୁ କହିଥିଲେ କି ବୁକ୍ ହୋଇଥିବା ଟିକେଟ୍ ରିଫଣ୍ଡ ଦିଆଯିବନି । ଆପଣ ଏହି ଟିକେଟ୍ ବଦଳରେ ଅନ୍ୟ କୌଣସି ତାରିଖର ଟିକେଟ୍ କରିପାରିବେ । ଦେଶରେ ଅଧିକାଂଶ ଘରୋଇ ବିମାନ କମ୍ପାନୀ ଏହି ବାବଦରେ ନିଜ ୱେବସାଇଟରେ ସୂଚନା ଉପଲବ୍ଧ କରାଇଥିଲେ ।

   ସମ୍ବନ୍ଧିତ ଖବର


ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ହୋଇପାରନ୍ତି ଦେବାଳିଆ ଘୋଷିତ, ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୦୦ କୋଟି

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ