ମୋହନା: ପୋଲିସର କମ୍ବିଂବେଳେ ଟିଫିନ୍ ବୋମା ଓ ଦେଶୀ ବନ୍ଧୁକ ଜବତ

ଗଜପତି ୧୭/୩: ମୋହନା ଆଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ନିକଟସ୍ତ ଜଙ୍ଗଲରୁ ପ୍ରାୟ ୩୦ ରୁ ୩୫ କିଲୋ ଓଜନର ଟିଫିନ ବୋମା ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। ଆଜି ସକାଳେ ସେହି ଅଂଚଳରେ ଗଜପତି ପୋଲିସ ଓ DVF ଯବାନଙ୍କ ମିଳିତ କମ୍ବିଂ ଚାଲିଥିବାବେଳେ ଟିଫିନ୍ ବୋମା ଓ ଦେଶୀ ବନ୍ଧୁକ ଜବତ ହୋଇଥିଲା ।
ମୁଖ୍ୟରାସ୍ତାଠାରୁ ମାତ୍ର କିଛି ଦୂର ଜଙ୍ଗଲରେ ପଥର କୋରଡରେ ପୋତା ଯାଇଥିଲା ଟିଫିନ ବୋମା ଓ ବନ୍ଧୁକ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟରେ ରଖି ଗଜପତି SP ଙ୍କ ନିର୍ଦେଶ କ୍ରମେ ଚାଲିଥିଲା ଏହି କମ୍ବିଂ । ଜବତ ହୋଇଥିବା ଏହି ବୋମା ଓ ବନ୍ଧୁକ ପ୍ରାୟ 6ମାସରୁ ଏକ ବର୍ଷ ମଧ୍ୟରେ ପୋତା ଯାଇଥିବା ଅନୁମାନ କରାଯାଉଛି । ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।