PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲେ, ୪ ଦିନ ହେଲା ବାଘର ପତ୍ତା ମିଳୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜଧାନୀରୁ ଧରା ହୋଇ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଥିବା କଲରାପତରିଆର ବାଘ ପତ୍ତା ମିଳୁନି । ୪ ଦିନ ହେଲା ବାଘ ବନ ବିଭାଗ ନଜରକୁ ଆସିନାହିଁ । ଜଙ୍ଗଲରେ ଲଗା ଯାଇଥିବା ଟ୍ରାପ୍‌ କ୍ୟାମେରାରେ ମଧ୍ୟ ଦୃଶ୍ୟମାନ ହେଉନାହିଁ । ତେଣୁ ବାଘ ଗଲା କୁଆଡ଼େ ବୋଲି ବନ ବିଭାଗର ଚିନ୍ତା ବଢ଼ିଯାଇଛି ।
୨୦ ତାରିଖ ସକାଳେ ବାଘକୁ ଚନ୍ଦକା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଛଡ଼ା ଯାଇଥିଲା । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା । ବନ ବିଭାଗ ଟିମ୍‌ ୨୦ ତାରିଖରୁ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଦିନରାତି ପାଟ୍ରୋଲିଂ ଚଳାଇଛନ୍ତି । କିନ୍ତୁ ଛଡ଼ାଯିବା ପରଠାରୁ ବାଘର ଦେଖା ମିଳୁନି । ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରା ଯାଞ୍ଚ ହୋଇଥିଲା । କିନ୍ତୁ ସେଥିରେ ବାଘର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନି । ୪ ଦିନ ହେଲା ବାଘର ପତ୍ତା ନାହିଁ । ଜଙ୍ଗଲ ଉପକଣ୍ଠ ଗାଁ ଗଣ୍ଡାରେ ବି ପଶିନାହିଁ । ଜଙ୍ଗଲର କୌଣସି ସ୍ଥାନରେ ବାଘ ଶିକାର କରିଥିବା ପ୍ରମାଣ ମିଳୁନି । କାରଣ ଜନ୍ତୁ କିମ୍ବା ପକ୍ଷୀଙ୍କ ମୃତଦେହର ଅଂଶବିଶେଷ ମିଳିନାହିଁ । ବାଘ ମହାନଦୀ ଡେଇଁ ଆଠଗଡ଼ କିମ୍ବା ସାତକୋଶିଆ ଜଙ୍ଗଲକୁ ପଳାଇଥିବା ବନବିଭାଗ ଅନୁମାନ କରୁଛି । ତେବେ ସ୍ପଷ୍ଟ ପ୍ରମାଣ ମିଳୁ ନଥିବାରୁ ବନ ବିଭାଗ ଏବେ ଚିନ୍ତାରେ ପଡ଼ିଛି ।
ସେପଟେ ଗୁରୁବାର ରାତିରେ ରଙ୍ଗମାଟିଆ ଗାଁ ଲୋକେ ଏକ ବାଘ ଦେଖିଥିବା ବନ ବିଭାଗକୁ ଜଣାଇଥିଲେ । ବନବିଭାଗ ପହଞ୍ଚି ତଦନ୍ତ କରିବା ସହ ବାଘର ପାଦଚିହ୍ନର ନମୁନା ସଂଗ୍ରହ କରି ନନ୍ଦନକାନନରେ ପରୀକ୍ଷା କରିଥିଲା । ନନ୍ଦନକାନନ ବିଶେଷଜ୍ଞମାନେ ପାଦଚିହ୍ନ ବାଘର ନୁହେଁ ବୋଲି ପ୍ରକାଶ କରିଥିଲେ । କିନ୍ତୁ ବାଘକୁ ଦେଖିଥିବା ଲୋକେ ବନବିଭାଗ କଥାକୁ ବିଶ୍ୱାସକୁ ନେଇ ନାହାନ୍ତି । ଗାଁରେ ଏଯାଏ ବାଘ ଆତଙ୍କ ଲାଗି ରହିଛି । ଲୋକେ ରାତିରେ ତାଟିକବାଟ ଦେଇ ରହିଥିବାବେଳେ କିଛି ଠେଙ୍ଗାବାଡ଼ି ଧରି ରାତିସାରା ଉଜାଗର ହୋଇ ବାଘକୁ ଜଗିଥିଲେ । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଛି, କିନ୍ତୁ ବାଘର ଦେଖା ମିଳୁନାହିଁ । ଆଜି ବି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି ।
ସୂଚନା ଥାଉକି, କଲରାପତରିଆ ବାଘ ରାଜଧାନୀକୁ ପଶି ଆସି ଏୟାରପୋର୍ଟ ଓ ପଳାସପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ଦୁଇଦିନ ପରେ ୧୯ ତାରିଖ ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ବସା ଯାଇଥିବା ଯନ୍ତାରେ କୁକୁଡ଼ା ଖାଇବାକୁ ଆସି ଫସିଥିଲା । ବାଘକୁ ଟ୍ରାଙ୍କୁଲାଇଜ କରାଯାଇ ନନ୍ଦନକାନନରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ଥିବାରୁ ତାକୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା ।