ବାଘର ମୃତ୍ୟୁ ଘଟଣା ଏବେ ରହସ୍ୟ: ଟ୍ରେନ୍‌ ଧକ୍କା ଦେଇନଥିବା କହିଲେ ଲୋକୋ ପାଇଲଟ, ଫୋରେନ୍‌ସିକ୍‌ ରିପୋର୍ଟକୁ ଅପେକ୍ଷା

ଲେଫ୍ରିପଡ଼ା ୧୦/୦୮: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ବଡ଼ରମ୍ପିଆ ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ବାଘର ମୃତ ଦେହ ମୁମ୍ବାଇ-ହାୱଡା ରେଳପଥ କଡ଼ରୁ ମିଳିଥିଲା । ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଥିବା କୁହାଯାଉଛି । ବନ ବିଭାଗ ଫୋରେନ୍‌ସିକ୍‌ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଟ୍ରେନ୍‌ ଧକ୍କା ଦେଇନଥିବା ଲୋକୋ ପାଇଲଟମାନେ ରେଳ ବିଭାଗକୁ ସୂଚନା ଦେଇଛନ୍ତି ।

ବାଘର ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି । ଗତ ୪ ତାରିଖରେ ଏହି ଗାଁକୁ ପଶି ଆସିଥିଲା ଏକ କଲରାପତରିଆ ବାଘ । ହଠାତ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିଥିଲା । ବାଘ ଆକ୍ରମଣରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ତାକୁ ଘଉଡାଇବା ଲାଗି ବନ ବିଭାଗ ଗ୍ରାମବାସୀଙ୍କ ସହୟତାରେ ରାତି ତମାମ ଅପରେସନ ଚଳାଇଥିଲା । ମାତ୍ର ପରଦିନ ବାଘର ମୃତ୍ୟୁ ଦେହ ରେଳ ଲାଇନ୍‌ କଡ଼ରୁ ମିଳିଥିଲା । ଏହି ରେଳ ମାର୍ଗରେ ୧୭ଟି ଟ୍ରେନ୍‌ ଚଳାଚଳ କରିଥିଲା । କୌଣସି ଟ୍ରେନ୍‌ର ଲୋକୋ ପାଇଲଟ ସେହି ରାତିରେ ଟ୍ରେନ୍‌ ଧକ୍କାରେ କୌଣସି ଦୁର୍ଘଟଣା ଘଟିନଥିବା ନିକଟବର୍ତ୍ତୀ ରେଳ ଷ୍ଟେସନ୍‌ରେ ସୂଚନା ଦେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମୁତାବକ ବାଘଟି ଏକ ଦ୍ରୁତ କ୍ରିୟାଶୀଳ ବସ୍ତୁ ମାଡ଼ରେ ମସ୍ତିଷ୍କ କ୍ରିୟା ବାଧାପ୍ରାପ୍ତ ହେବାରୁ ମୃତ୍ୟୁ ଘଟିଛି । ଫଳରେ ବାଘର ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି ।

ସେପଟେ ବାଘର କେତେକ ନମୁନା ଫୋରେନସିକ୍‌ ଯାଞ୍ଚ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବନ୍ୟଜନ୍ତୁ ପରୀକ୍ଷାଗାର ଏବଂ ଡେରାଡୁନ୍‌ସ୍ଥିତ ଜାତୀୟ ବନ୍ୟଜନ୍ତୁ ପରୀକ୍ଷାଗାର ପଠାଯାଇଛି । ସେହି ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରି ରହିଛି । ଯଦି ବାଘର ମୃତ୍ୟୁ ଟ୍ରେନ୍‌ ଧକ୍କାରେ ହୋଇନାହିଁ ତାହା ହେଲେ ହେଲା କିପରି? ସେହିପରି ଏକ ଦ୍ରୁତ କ୍ରିୟାଶୀଳ ବସ୍ତୁ ମାଡ଼ରେ ତାର ମୃତ୍ୟୁ ଘଟିଥିଲା । ତେବେ ସେହି ଦ୍ରୁତ କ୍ରିୟାଶୀଳ ବସ୍ତୁଟି କଣ? ବାଘର ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ପ୍ରକୃତ ରହସ୍ୟ କଣ ତାହା ଏବେ ବି ଲୋକଲୋଚନରୁ ଦୂରରେ ରହିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସି ପାରିବ ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ