PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ରାଜଧାନୀରେ ବାଘ, ଠେଙ୍ଗାବାଡ଼ି ଧରି ବୁଲୁଛନ୍ତି ଲୋକେ

ଭୁବନେଶ୍ୱର,୧୮ ।୨(ବ୍ୟୁରୋ): ରାଜଧାନୀରେ ବାଘ ବୁଲୁଛି । ଏ ପାଚେରିରୁ ସେ ପାଚେରିକୁ ଡେଉଁଛି । କଥାଟା ଅବିଶ୍ୱାସ ଲାଗୁଥିଲେ ବି ସତ । ଭୁବନେଶ୍ୱର ନବୀନ ନିବାସ ଠାରୁ କିଛି ଦୂରରେ ଥିବା ପଳାସପଲ୍ଳୀରେ ବାଘ ବୁଲୁଛି । ବାଘକୁ ସ୍ଥାନୀୟ ବାସିନ୍ଦା ଦେଖିଛନ୍ତି । କଲରାପତରିଆ ବାଘର ଯିବା ଆସିବା ଦୃଶ୍ୟ ସିସିଟିଭିରେ ଉତ୍ତୋଳିତ ହୋଇଛି । ରବିବାର ରାତିରେ ଏୟାରପୋର୍ଟ ପାଚେରି କଡ଼ରେ ଥିବା ଏକ ସଂସ୍ଥାର କର୍ମଚାରୀ ବାଙ୍କନିଧି ସେନାପତି ବାଘ ସହିତ ମୁହାଁମୁହିଁ ହୋଇଥିଲା । ବାଘଟି ସଂସ୍ଥା ପରିସରରେ ପଶି ପାହୁଲ ପକାଇ ପଡ଼ୋଶୀଙ୍କ ପାଚେରିକୁ ଲମ୍ପ ଦେଇଥଲା । ଖବର ପାଇ ବନବିଭାଗର ୨୫ ଜଣ ସଦସ୍ୟ ଦୁଇଟି ଟିମ୍‌ରେ ବାଘ ଖୋଜା ଆରମ୍ଭ କରିଛନ୍ତି । ବାଘ କେଉଁଠୁ ଆସିଲା ? କେଉଁଠି ଅଛି ତାହା ଜଣା ପଡ଼ିନାହିଁ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି । ସନ୍ଧ୍ୟାବେଳୁ ଲୋକଙ୍କ ଘର ଗେଟ୍‌ରେ ତାଲା ପଡ଼ିଗଲାଣି । ଯିଏ ବି ବାହାରକୁ ଯାଉଛନ୍ତି ହାତରେ ଠେଙ୍ଗାବାଡ଼ି ଧରି ବୁଲୁଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏୟାରପୋର୍ଟ ପାଚେରିକୁ ଲାଗି ପଳାସପଲ୍ଲୀ ପ୍ଲଟ୍‌ ନଂ.ସି-୭/୧ରେ ରହିଛି ବ୍ରିକ୍‌ସେଡ୍‌ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିଃ ଅଫିସ । ଉକ୍ତ ଅଫିସକୁ ଲାଗି ବିମାନବନ୍ଦରର ୭ଫୁଟ ଉଚ୍ଚ ପାଚେରି । ତାଉପରେ ୨ ଥାକିଆ ବାରବେଡ୍‌ ୱେୟାର । ରବିବାର ସିକ୍ୟୁରିଟି ଗାର୍ଡ଼ ଆସି ନଥିବାରୁ କର୍ମଚାରୀ ବାଙ୍କନିଧି ସେନାପତି ରାତିରେ ଡ୍ୟୁଟି କରୁଥିଲେ । ରାତି ୧୧ଟା ୧୫ ବେଳେ ଏକ କଲରାପତରିଆ ବାଘ ଏୟାରପୋର୍ଟ ପାଚେରି ଡେଇଁ ଅଫିସ ସାମନା ବଗିଚାରେ ଆରାମରେ ଚାଲି ଚାଲି ଗଲା । କିଛି ସମୟ ବଗିଚାରେ ବସିଲା । ଏହାପରେ ପଡ଼ୋଶୀଙ୍କ ପାଚେରି ଡେଇଁ ତାଙ୍କ ବଗିଚାରେ ପଶିଲା । ଭୟରେ ବାଙ୍କନିଧି ପାଟି ନ ଫିଟାଇ ଚୁପ୍‌ଚାପ୍‌ ବସି ରହିଥିଲେ । ଲାଞ୍ଜକୁ ମିଶାଇ ବାଘର ଲମ୍ବ ପ୍ରାୟ ସାଢ଼େ ୭ଫୁଟ ହେବ ବୋଲି ବାଙ୍କନିଧି କହିଛନ୍ତି । ଆଜି ସକାଳେ ବାଙ୍କନିଧି ବାଘ ଦେଖିଥିବା କଥା ଅଫିସରେ ଜଣାଇଥିଲେ । ହେଲେ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ । ତେଣୁ ତାଙ୍କ କହିବା ମୁତାବକ ଅଫିସ ବାହାର କାନ୍ଥରେ ଲାଗିଥିବା ସିସି କ୍ୟାମେରା ଦେଖାଯାଇଥିଲା । ସେଥିରେ ବାଘ ପଶିଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଏହି ଖବର ଚାରିଆଡେ ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଘ କେଉଁଠାରୁ ଆସିଲା? କେଉଁଆଡ଼େ ଗଲା ? ସେ ବିଷୟରେ ଯାଞ୍ଚ ଆରମ୍ଭ କରିଦେଇଛି ବନ ବିଭାଗ । ସିଟି ଡିଏଫ୍‌ଓ ଆଶୋକ ମିଶ୍ରଙ୍କ ନିର୍ଦ୍ଦେଶରେ ୨୫ ଜଣ କର୍ମଚାରୀ ଏୟାରପୋର୍ଟ ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାଘ ଦେଖା ଯାଇନାହିଁ । ରାତି ତମାମ ବନ ବିଭାଗ ପକ୍ଷରୁ ଏୟାରପୋର୍ଟ ଚାରିପଟରେ କଡ଼ା ପାଟ୍ରୋଲିଂ କରାଯିବ ବୋଲି ରେଞ୍ଜ୍‌ ଅଫିସର ଗୋବିନ୍ଦ ବିଶ୍ୱାଳ କହିଛନ୍ତି । ତେବେ ଏୟାରପୋର୍ଟ ଭିତରକୁ ବାଘ କିପରି ଓ କେଉଁଠାରୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି । ବାଘଟି ଚନ୍ଦକା ଜଙ୍ଗଲରୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଓ ସେଠାରୁ ଓୟୁଏଟି ଫାର୍ମ ଦେଇ ଏୟାରପୋର୍ଟ ଭିତରକୁ ପଶି ଆସିଥିବା ଅନୁମାନ କରା ଯାଉଛି । ତେଣୁ ଲୋକମାନେ ଆତଙ୍କିତ ନହେବା ଲାଗି ବନବିଭାଗ ପରାମର୍ଶ ଦେଇଛି । ବାଘକୁ ଦେଖିବା ମାତ୍ରେ ଟ୍ରାଙ୍କୁଲାଇଜ କରାଯାଇ ଏଠାରୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।