ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ରାଇରଙ୍ଗପୁର, ୨୦/ ୧୦: ପୁଣିଥରେ ରାଜ୍ୟ ଭିତରୁ ଜବତ ହେଲା ବାଘ ଛାଲ। କିଛିମାସ ତଳେ ନୟାଗଡ଼ ଜିଲ୍ଲାରୁ ବାଘ ଜବତ ହୋଇଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି। ଏଥିସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ବନ ବିଭାଗ।

ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ବନ ବିଭାଗ। ବାଘ ଛାଲ ଜବତ କରିବା ସହ କାରବାରରେ ସଂପୃକ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ।

ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ। ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ନେଉଥିବା ବେଳେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ବଂସ କରୁଥିବା ଶିକାରୀ ଓ ବେପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ୍ ମାନେ ଦାବି କରିଛନ୍ତି।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା