PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସୁସ୍ଥ ଅଛି ‘ସୁନ୍ଦରୀ’: ବନ ବିଭାଗ ଜାରି କଲା ବାଘୁଣୀ ଫଟୋ

ବନ୍ତଳା ୨୧/୧୨: ରାଇଗୋଡ଼ାସ୍ଥିତ ଏନ୍‌କ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ‘ସୁନ୍ଦରୀ’ ସୁସ୍ଥ ଅଛି । ଏନ୍‌କ୍ଲୋଜର୍‌ ମଧ୍ୟରେ ଦିଆଯାଉଥିବା ଶିକାର ଖାଇବା ସହ ଏ ମୁଣ୍ଡରୁ ସେ ମୁଣ୍ଡକୁ ଧାଉଁଛି । ଗଛରେ ଚଢ଼ୁଛି ଏବଂ ଲମ୍ଫ ମାରୁଛି । ବେଳେ ବେଳେ ପ୍ରବଳ ଗର୍ଜନ କରୁଛି । ଏନ୍‌କ୍ଲୋଜର ମଧ୍ୟରେ କୃତ୍ରିମ ଜଳାଶୟରେ ଗାଧୋଉଛି । ‘ସୁନ୍ଦରୀ’କୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ଏନ୍‌ଟିସିଏ ଚିଠି କରିବା ପରେ ବନ ବିଭାଗ ଆଜି ସୁନ୍ଦରୀର ଫଟୋ ଜାରି କରିବା ସହ ସୁନ୍ଦରୀ ସୁସ୍ଥ ଥିବା ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପ ରାଜ କରାଟେ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ଗତ ସେପ୍ଟେମ୍ବର ମାସରେ ଏନ୍‌ଟିସିଏର ଏକ ୩ ଜଣିଆ ଟିମ୍‌ ସାତକୋଶିଆ ପରିଦର୍ଶନରେ ଆସିଥିଲେ । ରାଇଗୋଡ଼ାରେ ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାଘ୍ର ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଡ଼ିଟ୍‌ କରିଥିଲେ । ଏହି ତିନି ଜଣିଆ ଟିମ୍‌ ରିପୋର୍ଟ ଦେବା ପରେ ଏନ୍‌ଟିସିଏ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ବାତିଲ୍‌ କରିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଆଞ୍ଚଳିକ ବନ ସଂରକ୍ଷକ ଶ୍ରୀ କରାଟେ କହିଛନ୍ତି, ବ୍ୟାଘ୍ର ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇନି । ଏହାକୁ ସ୍ଥଗିତ କରି ଦିଆଯାଇଛି । ସ୍ଥାନୀୟ ଜନ ସାଧାରଣ ସାହିଁଲେ ପ୍ରକଳ୍ପ ସଫଳ ହେବ । ସ୍ଥାନୀୟ ଲୋକ ଯଦି ସ୍ୱଇଚ୍ଛାରେ ଜଙ୍ଗଲ ଛାଡ଼ି ବିସ୍ଥାପନ ହେବାକୁ ରାଜି ହେବେ ପ୍ରକଳ୍ପ ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି ।