ଟିକ୍‌ଟକ୍ ଆଉଟ୍, ଆମ ପାଖରେ ଅଛି ‘ଚିଙ୍ଗାରି’

ଭୁବନେଶ୍ୱର,୩୦/୦୬: ଚାଇନା ଉତ୍ପାଦକୁ ଭାରତରେ ବୟକଟ ପାଇଁ ଜନଆନ୍ଦୋଳନ ତେଜୁଥିବାରୁ ଚୀନି ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ର ଉପଭୋକ୍ତା ବହୁମାତ୍ରାରେ ଖସିବାରେ ଲାଗିଛି । ଅପରପକ୍ଷରେ ଭାରତର ଦେଶୀ ଆପ୍‌ ଚିଙ୍ଗାରି ଏବେ ଟିକ୍‌ଟକ୍‌ର ସ୍ଥାନ ନେବାରେ ଲାଗିଛି ।

ଚିଙ୍ଗାରି ଆପ୍‌କୁ ଓଡ଼ିଆ ପୁଅ ତଥା ଆଇଟିଇଆର୍‌ ଇଞ୍ଜିନିୟରିଂ କଲେଜର ପୂର୍ବତନ ଛାତ୍ର ବିଶ୍ୱାତ୍ମା ନାୟକ ଓ ତାଙ୍କ ବାଙ୍ଗାଲୋର ସାଥୀ ସିଦ୍ଧାର୍ଥ ଗୌତମ ବିକାଶ କରିଛନ୍ତି। ଟିକ୍‌ଟକ୍‌ର ଏହି ଭାରତୀୟ ସଂସ୍କରଣ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି। ଜୁନ୍‌ ୧୦ରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଥିବା ଏହି ଆପ୍‌କୁ ଏବେ ୨୫ ଲକ୍ଷରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିସାରିଲେଣି।

ଏ ସମ୍ପର୍କରେ ବିଶ୍ୱାତ୍ମା କହିଛନ୍ତି, ଭାରତୀୟ ଉପଭୋକ୍ତାଙ୍କ ନିକଟରୁ ଚିଙ୍ଗାରି ବେଶ୍‌ ଉତ୍ତମ ପ୍ରତିକ୍ରିୟା ପାଉଛି । ଏହା ଭାରତର ଏକମାତ୍ର ଦେଶୀ ସୋସିଆଲ ଆପ୍‌ ଯାହାକି ଟିକ୍‌ଟକ୍‌ ଆପ୍‌କୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏହା ଓଡ଼ିଆ ସମେତ ୧୦ଟି ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ।

ପ୍ରାରମ୍ଭିକ ଭାବେ ଖବର, ଗେମ୍‌ ଆଦି କିଛି ବୈଶିଷ୍ଟ୍ୟକୁ ନେଇ ଏହି ଆପ୍‌ ବିକଶିତ ହୋଇଥିଲା। ନିକଟରେ ଏଥିରେ ଭିଡିଓ ସେୟାରିଂ ବ୍ୟବସ୍ଥା ଯୋଡ଼ାହୋଇଛି, ଯାହାପରେ କି ଏହା ଲୋକମାନଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି। ଟିକ୍‌ଟକ୍‌ ସମେତ ଏ ବର୍ଗର ଅନ୍ୟ ଆପ୍‌ଗୁଡ଼ିକରେ କେବଳ ଭିଡିଓ ଡାଉନ୍‌ଲୋଡ୍‌ ବ୍ୟବସ୍ଥା ରହିଛି । ହେଲେ ଚିଙ୍ଗାରିରେ ଉପଭୋକ୍ତାମାନେ ଫଟୋ, ଭିଡିଓ ଡାଉନ୍‌ଲୋଡ ଓ ଅପ୍‌ଲୋଡ କରିବା ସହ ତାଜା ନ୍ୟୁଜ୍‌ ମଧ୍ୟ ଦେଖିପାରିବେ। ଭଲ ଭଲ ଗେମ୍‌ସ ମଧ୍ୟ ଖେଳିପାରିବେ ।

ପ୍ରତିଦିନ ୪୦,୦୦୦ରୁ ୫୦,୦୦୦ ନୂଆ ଉପଭୋକ୍ତା ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରୁଥିବା ଦେଖିବାକୁ ମିଳୁଛି। ଭାରତରେ ଚାଇନା ଉତ୍ପାଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଥିବାରୁ ଏହା ଆପ୍‌କୁ ବେଶ୍‌ ସୁହାଇଥିବା ଜଣାପଡ଼ିଛି।

ଏପରିକି ଏହି ଆପ୍‌କୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀ ମହିନ୍ଦ୍ରା ଏକ ଟ୍ୱିଟ୍‌ ଜରିଆରେ କହିଛନ୍ତି, ମୁଁ କେବେ ବି ଟିକ୍‌ଟକ୍‌ ଆପ୍‌ ଡାଉନ୍‌ଲୋଡ୍‌ କରି ନ ଥିଲି। କିନ୍ତୁ ନିକଟରେ ମୁଁ ଚିଙ୍ଗାରି ଆପ୍‌ ଡାଉନ୍‌ଲୋଡ୍‌ କରିଛି । ଏହା ଚିଙ୍ଗାରିକୁ ଅଧିକ ସଶକ୍ତ କରିବ ବୋଲି ମୁଁ ଆଶା କରୁଛି।

   ସମ୍ବନ୍ଧିତ ଖବର


ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍