PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଭାରତକୁ ପୁଣି ଫେରିବ TikTok : ରିଲାଏନ୍ସ କିଣିପାରେ ଟିକ୍‌ଟକ୍‌ର ଭାରତୀୟ ବ୍ୟବସାୟ

ନୂଆଦିଲ୍ଲୀ,୧୪/୦୮: ୟୁଜର ହିସାବରେ ଟିକ୍‌ଟକ୍‌ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ତେବେ ସୀମା ବିବାଦ ମଧ୍ୟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇବା ପରେ ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ଚିନ୍ତାରେ । କିଭଳି ପୁଣି ଭାରତ ବଜାରରେ ପ୍ରବେଶ କରିବ ଏହା ବାଟ ଖୋଜୁଛି । ଏଭଳି କ୍ଷେତ୍ରରେ ଭାରତ କାରବାରକୁ ବିକ୍ରି କରିଦେବା ପାଇଁ ଏହା ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶ୍ୱର ଚତୁର୍ଥ ବୃହତ୍‌ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜଣାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବାଇଟ୍‌ ଡ୍ୟାନ୍ସ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ର ଭାରତୀୟ କାରବାରକୁ ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ସହ ଆଲୋଚନା ଚଳାଇଛି । ଜୁଲାଇ ଶେଷ ଭାଗରୁ ଉଭୟ କମ୍ପାନିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷ କୌଣସି ଚୂଡ଼ାନ୍ତ ଉପସଂହାରରେ ଉପନୀତ ହୋଇନାହାନ୍ତି । ଉଭୟ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସୂଚନାଯୋଗ୍ୟ, ଲଦାଖର ଗଲୱାନ ଘାଟିରେ ସୀମା ବିବାଦ ମଧ୍ୟରେ ସରକାର ଚୀନି ଆପ୍‌ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଟିକ୍‌ଟକ୍‌, ୱିଚାଟ୍‌, ୟୁସି ବ୍ରାଉଜର ପ୍ରମୁଖ ରହିଛି । ବର୍ତ୍ତମାନ ସୁଦ୍ଧା ୧୦୬ ଚୀନି ଆପ୍‌କୁ ବ୍ୟାନ୍‌ କରିସାରିଛି ଭାରତ ।