ଟିକ୍-ଟକ୍ ବ୍ୟାନ୍ ନେଇ ହତାଶ ହୁଅନ୍ତୁ ନାହିଁ, ଏହି ଆପ୍ଗୁଡ଼ିକ ମଧ୍ୟ ଟିକ୍-ଟକ୍ ଭଳି କରୁଛି କାମ

ଟିକ୍‌-ଟକ୍‌ ଆପ୍‌ର ପ୍ରଭାବ ଯୁବପିଢ଼ୀଙ୍କ ଉପରେ ଯେଉଁଭଳି ଭାବରେ ପଡ଼ିବା ଆରମ୍ଭ କରିଥିଲା ତାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ନେବାର ଆଜି ହେଉଛି ଦ୍ବିତୀୟ ଦିନ। ଗତକାଲି ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ପାଇଁ ଭାରତ ସରକାର ଗୁଗଲ୍‌ ଏବଂ ଆପଲ କମ୍ପାନୀକୁ କହିଥିଲେ । ଏହି ଦୁଇ କମ୍ପାନୀ ନିଜ ନିଜର ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ଦ୍ୱାରା ଏହାକୁ ଲୋକେ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ଅସମର୍ଥ ହେବେ। ତେବେ କମ୍ପାନୀ ଭାରତ ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଥିଲା।

କିନ୍ତୁ ଟିକ୍-ଟିକ୍ ପ୍ରତି ଅଭ୍ୟସ୍ତ ଥିବା ଯୁବପିଢ଼ି ଏଥିପାଇଁ ହତାଶ ଜମାରୁ ବି ହତାଶ ହୁଅନ୍ତୁ ନାହିଁ। କାରଣ ଏମିତି କିଛି ଆପ୍ ଅଛି ଯାହା ଟିକ୍-ଟକ୍ ଭଳି କାମ କରୁଛି। ଯାହା ଫୋନରେ ଏହି ଆପ ଅଛି ସେମାନେ ମଜାଳିଆ ଭିଡ଼ିଓ ମଧ୍ୟ ତିଆରି କରିପାରିବେ। ଯଦିଓ ଏହି ଆପ୍ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରିହେବ ତାହା ଜଣା ନାହିଁ, ତଥାପି ଏହା ଟିକ୍-ଟକ୍ ଭଳି କାମ କରିବାଟା ନିଶ୍ଚିନ୍ତ।

ଭିଗୋ ଭିଡ଼ିଓ- ଏହା ଟିକ୍-ଟକ୍ ଭଳି ସର୍ଟ ଭିଡ଼ିଓ ଆପ୍। ଏଥିରେ ଆପଣ ଅଲଗା ଅଲଗା ଫିଳ୍ଟର୍ସର ବ୍ୟବହାର କରି ମଜାଳିଆ ଭିଡ଼ିଓଗୁଡ଼ିକୁ ତିଆରି କରିପାରିବେ। ଏହି ଆପ୍ ବିଓ୍ବାଇଟିଇଏମ୍ଓଡି ନାମକ ଏକ କମ୍ପାନୀର। ଏହି ଆପ୍କୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ।

ଲାଇକ୍ ଭିଡ଼ିଓ- ଏହି ଆପ୍କୁ ଚୀନର ବିଗୋ ଟେକ୍ନୋଲୋଜି ନାମକ କମ୍ପାନୀ ତିଆରି କରିଛି। ଆପରେ ୟୁନିକ୍ ମ୍ୟୁଜିକ୍ ମ୍ୟାଜିକ୍ ଫିଲ୍ଟର, ଆକ୍ଟିଂ, ଲିପସିଙ୍କ୍, ଫେସ୍ ଷ୍ଟିକର୍ସ ଭଳି ଭଲ ଭଲ ଫିଚର ମିଳିବ। ଏହି ଆପକୁ ୧୦୦ ମିଲିୟନ୍ରୁ ଅଧିକ ଥର ଇନଷ୍ଟିଲ କରାଯାଇ ସାରିଛି।

ଟୁ ଗେଟ୍ ୟୁ- ଏହି ଆପକୁ ଏକ ‘ଟୁ ଗେଟ୍ ୟୁ ମିଡିଆଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼୍’ ନାମକ ଏକ କମ୍ପାନୀ ବାହାର କରିଛି। ଏଥିରେ ଆପଣ ନିଜ ଭିଡ଼ିଓକୁ ଅପଲୋଡ କରିବା ସହିତ ଏଡିଟ୍ ବି କରିପାରିବେ। ଆପରେ ଡ୍ୟାନ୍ସ,, ଫନୀ ଏବଂ ଟ୍ରେଡିଙ୍ଗ୍ ଭିଡ଼ିଓ ମିଳିବ। ଆପଡ୍ରୋଏଡ୍ ଏବଂ ଆପଲ ୟୁଜର ଏହାକୁ ମାଗଣାରେ ବ୍ୟବହାର କରିପାରିବେ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !

ଲଗାତର ତୃତୀୟ ଦିନ ହ୍ରାସ ପାଇଲା ସୁନା ଦାମ୍

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା