PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ବିପକ୍ଷ ଦଳ ଖେଳାଳିମାନେ ମୋତେ ଭୟ କରୁନଥିଲେ: କୋହଲ

ନୂଆଦିଲ୍ଲୀ ୮/୯ : ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କଠିନ୍‌ ପରିଶ୍ରମ, ଆକ୍ରମଣାତ୍ମକ ଆଭିମୁଖ୍ୟ, ଜିତିବାର ଜିଦ୍‌ ତାଙ୍କୁ ସଫଳ କରିଛି । ୨୦୧୨ରେ ଅଷ୍ଟ୍ରେଲିଆ ଗସ୍ତ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିବା କୋହଲି କହିଛନ୍ତି ।

ସେ କହିଛନ୍ତି, ୨୦୧୨ ପର୍ଯ୍ୟନ୍ତ ମୁଁ ବିପକ୍ଷ ଦଳ ଖେଳାଳିମାନଙ୍କ ଆଖିରେ ମୋ’ ପାଇଁ ଭୟ କିମ୍ବା ସମ୍ମାନ ଦେଖିନଥିଲି । ଏହି ସମୟରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରି ମୁଁ ନିଜକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲି । ବିଶ୍ୱର ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବାକୁ ହେଲେ କଠିନ୍‌ ପରିଶ୍ରମ, ଫିଟ୍‌ନେସ୍‌ ନିହାତି ଜରୁରୀ । ବିପକ୍ଷ ଖେଳାଳିମାନଙ୍କ ଆଖିରେ ମୁଁ ଭୟ ଓ ସମ୍ମାନ ଦେଖିବାକୁ ଚାହୁଁଥିଲି । ଜଣେ ସାଧାରଣ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବାକୁ ପସନ୍ଦ କରେନି । ସେଥିପାଇଁ ଫିଟ୍‌ନେସ୍‌ ଓ ଖେଳରେ ଉନ୍ନତି ଆଣିବା ଦିଗରେ ଗୁରୁତ୍ୱ ଦେଇଥିଲି ।

୨୦୧୨ଠୁ ଏପର୍ଯ୍ୟନ୍ତ ମୁଁ ଅନୁରୂପ ମନୋଭାବ ନେଇ ଖେଳୁଛି । ଯଦି ଭାରତୀୟ ଦଳ ବିଶ୍ୱର ଶୀର୍ଷରେ ପହଞ୍ଚିଛି, ତା’ହା ଖେଳାଳିମାନଙ୍କ କଠିନ୍‌ ପରିଶ୍ରମ ଯୋଗୁଁ ହୋଇପାରିଛି । ଆଗାମୀ ସମୟରେ ଆମ ଦଳ ସମସ୍ତ ଫର୍ମାଟରେ ଦବ୍‌ଦବା ଲକ୍ଷ୍ୟ ନେଇ ଖେଳିବା ଜାରି ରଖିବ ।