ପାକିସ୍ତାନ ସହ କଥାବର୍ତ୍ତାର ସମୟ ସରିଲା, ଏବେ ଖାଲି କାର୍ଯ୍ୟାନୁଷ୍ଠାନ: ମୋଦୀ

source:http://kalpa.news
ନୂଆଦିଲ୍ଲୀ,୧୮/୨: ପାକିସ୍ତାନ ସହ କଥାବର୍ତ୍ତାର ସମୟ ଶେଷ ହୋଇଛି, ଏବେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି… ଏଭଳି ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜମ୍ମୁ କାଶ୍ମୀର ପୁଲଓ୍ବାନାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପୁଣି ଥରେ ଗର୍ଜିଲେ ମୋଦୀ। ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେଉଛି। ଏବେ ସମସ୍ତେ ଏକ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି।
ସବୁ ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି ସେମାନେ ଆତଙ୍କବାଦୀକୁ ଉତ୍ସାହିତ କରୁଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତି ମୈାରସିଓ ମାକ୍ରି ୩ ଦିନିଆା ଭାରତ ଗସ୍ତରେ ଆସିଛନ୍ତି।