‘ବିଗ୍‌ବସ୍‌-୧୪’ରେ ଆସିବେ ଟିନା ଦତ୍ତା

ସେଲିବ୍ରିଟି ରିଅଲିଟି ସୋ’ ‘ବିଗ୍‌ବସ୍‌-୧୪’କୁ ନେଇ ଚର୍ଚ୍ଚା ଜାରି ରହିଛି । ଏବେ ଯାଏ ତାର ପ୍ରତିଯୋଗୀମାନଙ୍କ ନାମ ଚୂଡ଼ାନ୍ତ ହୋଇନଥିବାବେଳେ ସେହି ତାଲିକାରେ ଏକ ନୂଆ ନାମ ସାମିଲ ହୋଇଛି । ସେ ହେଉଛନ୍ତି ଟିଭି ଅଭିନେତ୍ରୀ ଟିନା ଦତ୍ତା । ରିପୋର୍ଟ ଅନୁସାରେ ଟିନା ନିଜର ଓପ୍‌ନିଂ ଆକ୍ଟ ପାଇଁ ସୁଟିଂ କରିସାରିଛନ୍ତି । ଏବେ ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ ଅଛନ୍ତି । ଅକ୍ଟୋବର ୧ରୁ ସେ ସୋ’ର ସଞ୍ଚାଳକ ସଲମାନ୍‌ ଖାନ୍‌ଙ୍କ ସହ ସୁଟିଂ କରିବେ । ଟିନା ମୂଳତଃ କୋଲକାତାର ବାସିନ୍ଦା ।

ବଙ୍ଗଳା ଟିଭି ସୋ’ ଏବଂ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । ଐଶ୍ୱର୍ଯ୍ୟା ରାୟଙ୍କ ‘ଚୋଖେର ବାଲି’ରେ ଏକ ଛୋଟ ଭୂମିକା ମାଧ୍ୟମରେ ସେ ହିନ୍ଦୀ ଫିଲ୍ମ ଜଗତରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଏକତା କପୁର ‘କୋଇ ଆନେ କୋ ହୈ’ ମାଧ୍ୟମରେ ତାଙ୍କୁ ଟିଭି ଜଗତରେ ବ୍ରେକ୍‌ ଦେଇଥିଲେ । ତେବେ କଲର୍ସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଉତ୍ତରନ୍‌’ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । 

ଏହାପରେ ସେ ‘ଖତରୋଁ କେ ଖିଲାଡ଼ି’ ଭଳି କିଛି ରିଅଲିଟି ସୋ’ରେ ନଜର ଆସିଥିଲେ । ସେହିପରି ଏକତା କପୁରଙ୍କ ‘ଡାୟନ୍‌’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଶଂସକମାନେ ଏବେ ତାଙ୍କୁ ‘ବିଗ୍‌ବସ୍‌’ ହାଉସ୍‌ରେ ଦେଖିବାକୁ ଉତ୍ସୁକ ଅଛନ୍ତି ।

   ସମ୍ବନ୍ଧିତ ଖବର


ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଗୋଟିଏ ରାତିରେ ସଟର ଭାଙ୍ଗି ୮ଟି ଦୋକାନ ଲୁଟିଲେ ଦୁର୍ବୃତ୍ତ: ନଗଦ ଟଙ୍କା ଓ ସମଗ୍ରୀ ଲୁଟ୍