PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ମହିଳାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ବଦଳିବାକୁ ପଡିଲା ହାଇଓ୍ବେ ରାସ୍ତା

https://aajtak.intoday.in/

ନୂଆଦିଲ୍ଲୀ,୧୦।୮: ଚୀନର ଗୁଆଙ୍ଗଡୋନ୍ ଅଞ୍ଚଳରେ ଏଭଳି ଏକ ହାଇଓ୍ବେ ରହିଛି, ଯାହାର ମଝିରେ ରହିଛି କେବଳ ମାତ୍ର ଗୋଟିଏ ଘର। ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର ମାଲିକାଣୀ ହାଇଓ୍ବେରେ ଗାଡିର ଦ୍ରୁତ ବେଗ ଭିତରେ ନିଜର ଜୀବନ ଅତିବାହିତ କହୁଛନ୍ତି। ଆପଣ ଭାବିବେ ଏଭଳି କିପରି ସମ୍ଭବ ହୋଇପାରେ ଓ ହାଇଓ୍ବେ ନିର୍ମାଣ ସମୟରେ ସ୍ଥାନୀୟ ପ୍ରଶାସନ ତାକୁ କାହିଁକି ହଟାଇ ନାହିଁ।

ପ୍ରକୃତରେ ଯେଉଁ ସମୟରେ ସେଠାରେ ହାଇଓ୍ବେ ନିର୍ମାଣ କରାଯାଇଥିଲା ସେତେବେଳେ ସ୍ଥାନୀୟ ପ୍ରଶାସନ ମଝି ରାସ୍ତାରେ ଆସୁଥିବା ସେହି ଘରକୁ ହଟାଇବାର ଖୁବ୍ ଚେଷ୍ଟା କରିଥିଲେ। ଏହି ଘରର ମାଲିକାଣୀ କିନ୍ତୁ ସେଠାରେ ରହିବେ ବୋଲି ଜିଦରେ ଅଡି ବସିଥିଲେ ଓ ହଟିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଏହାପରେ  ତାଙ୍କ ପାଇଁ ଏକ ଛୋଟିଆ ଘର ତିଆରି କରି ଏହାର ଚାରିପାଖରେ ହାଇଓ୍ବେର ବ୍ରିଜ ନିର୍ମାଣ କରିଦିଆଯାଇଥିଲା। ଏବେ ମହିଳା ଜଣକ ଗାଡି ଗୁଡିକ ଭିତରେ ନିଜର ଜୀବନ ବିତାଉଛନ୍ତି।

ହାଇଓ୍ବେ ନିର୍ମାଣ ପୂର୍ବରୁ ସେହି ଘରର ମାଲିକାଣୀ ଏକ ଦଶକ ପର୍ଯ୍ୟନ୍ତ ସରକାରଙ୍କୁ ନିଜର ଘର ବିକ୍ରି କରିବାକୁ ମନା କରିଥିଲେ। ସେ ସରକାରଙ୍କରୁ ଏଥିପାଇଁ ମିଳୁଥିବା କ୍ଷତିପୂରଣ ଦେବାକୁ ମନା କରିଦେଇଥିଲେ। ଫଟୋକୁ ଦେଖି ଜଣାପଡୁଛି ଯେ, ଦକ୍ଷିଣ ଚନୀର ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ତିଆରି ହୋଇଥିବା ହାଇଜୁଆଙ୍ଗ ବ୍ରିଜର ଭିତରେ ସେହି ମହିଳା ନିଜର ଏକ ଛୋଟିଆ ଘରେ ରୁହନ୍ତି। ଏକ ମହମଲା ବିଶିଷ୍ଟ ଏହି ଫ୍ଲାଟ ୪୦ ବର୍ଗ ମିଟରର ଅଟେ। ଗ୍ବାଙ୍ଗଡୋଙ୍ଗ ଟିଭି ଷ୍ଟେସନ୍ ଅନୁସାରେ, ଏହି ଘର ୪ ଲେନର ଟ୍ରାଫିକ୍ ଲିଙ୍କ ଭିତରେ ଏକ ଖାଲ ଭିତରେ ରହିଛି।

ଏହି ଘରର ମାଲିକାଣୀ ହେଉଛନ୍ତି ଲିଆଙ୍ଗ। ଦ ସନର ରିପୋର୍ଟ ଅନୁସାରେ, ମହିଳା ଜଣକ ସେଠାରୁ ସ୍ଥାନାନ୍ତରିତ ହେବା ପାଇଁ ସହମତି ପ୍ରକାଶ କରିନଥିଲେ। କାରଣ ସରକାର ତାଙ୍କୁ ଏକ ଆଦର୍ଶ ସ୍ଥାନରେ ବସାଇବାରେ ବିଫଳ ହୋଇଛନ୍ତି। ସେ କହିଛନ୍ତି, ଯଦି ଆପଣଙ୍କୁ ଲାଗୁଛି, ଏହି ପରିବେଶ ଖରାପ , କିନ୍ତୁ ମୋତେ ଲାଗୁଛି ଏହା ଏକ ଶାନ୍ତ, ମୁକ୍ତ, ସୁଖଦ ଓ ଆରାମଦାୟକ ଅଟେ।’

ସମ୍ବନ୍ଧିତ ଖବର