PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଶୀତଦିନେ ମଧ୍ୟ ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ, ବାସ୍ କରନ୍ତୁ ଏତିକି କାମ

ଭୁବନେଶ୍ୱର ୨୭/୧୨: ଗୋଲାପି ଓଠ ଚେହେରାକୁ ଅଧିକ ସୁନ୍ଦର କରିଦେଇଥାଏ । ଖାସ୍ କରି ଯୁବତୀ ଓ ମହିଳାଙ୍କ ପାଇଁ ସୁନ୍ଦର ଓଠ ବହୁତ ଗୁରୁତ୍ୱ ରଖିଥାଏ । କିନ୍ତୁ ବଦଳୁଥିବା ପାଣିପାଗ ଯୋଗୁଁ ଏବଂ ଥଣ୍ଡା ସମୟରେ ଓଠର ସୁନ୍ଦରତା ଗାଏବ ହୋଇଯାଏ । ଶୀତ ଦିନେ ଆମେ ଚେହେରାର ଧ୍ୟାନ ରଖିଥାଉ କିନ୍ତୁ ଓଠକୁ ଅଣଦେଖା କରିଦେଉ । ଫଳରେ ଓଠ ଫାଟିଯାଏ ଏବଂ ବେଳେବେଳେ ରକ୍ତ ମଧ୍ୟ ବାହାରିଥାଏ ।

ଶୀତ ଦିନେ ଓଠ ଫାଟିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ବହୁତ ଚିନ୍ତା କରିଥାନ୍ତି । କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ଏଥିପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ଦେବୁ ଯାହା ଫଳରେ ଆପଣଙ୍କ ଓଠ ସବୁବେଳେ ସୁନ୍ଦର ଏବଂ କୋମଳ ରହିବ ।

ପ୍ରତିଦିନ ଆପଣାନ୍ତୁ ଏହି ଛୋଟ ଉପାୟ
ପ୍ରତିଦିନ ଓଠରେ ପେଟ୍ରୋଲିୟମ୍ ଜେଲି, ଗ୍ଲିସୋରିନ୍ ଏବଂ ନଡିଆ ତେଲ ଲଗାନ୍ତୁ ।
ବିଶେଷଜ୍ଞଙ୍କ ଅନୁସାରେ ଶୀତରେ ସ୍କିନ୍ ଭଳି ଓଠକୁ ମଧ୍ୟ ନରମ ଆବଶ୍ୟକତା ରହିଥାଏ । ଏଥିପାଇଁ ଏହି ପାଗରେ ପାଣି, ଜୁସ୍, ଫଳ ଓ ପନିପରିବା  ଅଧିକ ମାତ୍ରାରେ ସେବନ କରନ୍ତୁ ।
ଯଦି ଆପଣ ଘର ବାହାରକୁ କେଉଁଆଡେ ଯାଉଛନ୍ତି ତେବେ ଓଠକୁ ନରମ ରଖିବା ପାଇଁ ଏସପିଏଫ ଯୁକ୍ତ ଲିପ୍ ଗ୍ଲାସ୍ ନିଶ୍ଚୟ ଲଗାନ୍ତୁ ।

ଶୀତରେ ଆପଣ ଯଦି କୌଣସି ପାର୍ଟି କିମ୍ବା ବିବାହ ଉତ୍ସବକୁ ଯାଉଛନ୍ତି ତେବେ ମେଟ୍ ଲିପଷ୍ଟିକ୍ ବଦଳରେ କ୍ରିମି ଲିପିଷ୍ଟିକ୍ ଲଗାନ୍ତୁ ।
ଓଠର ରଙ୍ଗ ଗୋଲାପି ରଖିବା ପାଇଁ ନିୟମିତ ସ୍କ୍ରବିଂ କରନ୍ତୁ । ସ୍କ୍ରବିଂ କରିବା ଫଳରେ ଓଠର ଶୁଷ୍କ ଆସ୍ତରଣ ହଟିଯାଏ ଏବଂ ପୁଣି ଓଠ ସୁନ୍ଦର ହୋଇଯାଏ ।