ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ଡବ୍ଲୁଏଚ୍‌ଓର ପ୍ରଶଂସା: ବାଲୁକା କଳା ଦେଲେ ସଚେତନାର ବାର୍ତ୍ତା ‘ଷ୍ଟେ ହୋମ୍‌ ଷ୍ଟେ ସେଫ୍‌’

ଭୁବନେଶ୍ୱର ୨୭/୩: ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ନିଜ ବାଲୁକା କଳା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପ୍ରଶଂସା କରିଛି । ସୁଦର୍ଶନ ପଟ୍ଟନାୟକ ‘ଷ୍ଟେ ହୋମ୍‌ ଷ୍ଟେ ସେଫ୍‌’ ପ୍ରଚାର କରି ଏକ ବାଲୁକା କଳା କରିଥିଲେ । ଏହାରି ମାଧ୍ୟମରେ ସେ ଜନସାଧାରଣଙ୍କୁ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ନିବେଦନ କରିଥିଲେ। ଏଥିସହିତ ସରକାର ଯେଉଁ ନିୟମ କରିଛନ୍ତି ତାକୁ ପାଳନ କରନ୍ତୁ ।

ଲକ୍‌ ଡାଉନ୍‌ରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ନିଜ ଜୀବନ ସହ ଅନ୍ୟର ଜୀବନ ବଞ୍ଚାନ୍ତୁ କରୋନା ବିରୁଧରେ ଲଢ଼ନ୍ତୁ ବୋଲି ବାର୍ତ୍ତା ରଖିଥିଲେ । ଏହାକୁ ସେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପ୍ରଶଂସା କରିଥିଲେ । ଏହାକୁ ଡବ୍ଲୁଏଚ୍‌ଓ ଡାଇରେକ୍ଟର ଜେନେରାଲ ପ୍ରଶଂସା କରି କହିଛନ୍ତି, ‘ଦୁନିଆକୁ ଶକ୍ତିଶାଳୀ ବାର୍ତ୍ତା ପଠାଇବା ପାଇଁ କଳା ଏକ ଶକ୍ତିଶାଳୀ ଉପକରଣ । ଧନ୍ୟବାଦ ସୁଦର୍ଶନ । କରୋନା ଭାଇରସ୍‌(କୋଭିଡ୍‌-୧୯) ବିରୋଧରେ ଏହା ସବୁଠାରୁ ସୁନ୍ଦର ସ୍ୱର ମଧ୍ୟରୁ ଗୋଟିଏ’ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌