PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସାଉଦି ଆରବର ଲୋକେ ଘରେ ଓ ରେଷ୍ଟୁରାଣ୍ଟରେ ଖାଇବାକୁ ବ୍ୟବହାର କରୁଛନ୍ତି ଏଭଳି ଥାଳି, ଜାଣନ୍ତୁ କାହିଁକି ହେଉଛି ଅଧିକ ବ୍ୟବହାର

ରିୟାଦ,୧୭।୧୨: ସାଉଦି ଆରବରେ ବକଳା ଖାଦ୍ୟ ଫୋପାଡିର ଅଭ୍ୟାସକୁ ବିରୋଧ କରିବା ପାଇଁ ଲୋକ ଏକଜୁଟ୍ ହେଉଛନ୍ତି। ଲୋକମାନେ ଏଭଳି ଥାଳି ଓ ଖାଦ୍ୟ ବଞ୍ଚାଇବାର ପ୍ରଣାଳୀ ବାଂହାର କରୁଛନ୍ତି, ଯାହାଦ୍ବାରା ପରସା ଖାଦ୍ୟ ଅଧିକ ଦେଖାଯିବ। ସାଉଦିରେ ଅଧିକ ଖାଦ୍ୟ ପରସିବା ଭଲ ଅତିଥି ସତ୍କାର ଓ ପରମ୍ପରାର ଅଂଶ ବୋଲି କୁହାଯାଏ। ଏଥିପାଇଁ ଥାଳି​‌ରେ ଅଧିକ ଖାଦ୍ୟ ରଖା ଯାଇଥାଏ। ଲୋକମାନେ କିନ୍ତୁ ସବୁ ଖାଇପାରନ୍ତି ନାହିଁ, ଯାହାଫଳରେ ବକଳା ଖାଦ୍ୟ ପୋଫାଡି ଦିଆଯାଇଥାଏ।

ଏବେ ଏହାର ବିରୋଧିରେ ମଶାଲ ଅଲକା ହରିଶ ନାମକ ଜଣେ ଉଦ୍ୟୋଗପତି ଏକ ଥାଳି ତିଆରି କରିଛନ୍ତି। ଥାଳିଟି ଖୁବ୍ ବଡ ଆକାରର ହୋଇଥିବା ବେଳେ ଏହାର ଭିତର ସମତଳ ରହିଛି। ଏବେ ଏହି ଥାଳି ପାଇଁ ଖାଦ୍ୟ ନଷ୍ଟ କମ୍ ହେଉଛି।ଏହି ଥାଳିରେ ୩୦% ଖାଦ୍ୟ ନଷ୍ଟ କମ୍ ହେଉଛି। ସାଉଦି ଆରବର ବହୁ ଲୋକ ରେଷ୍ଟୁରାଣ୍ଟରେ ଏବଂ ଘରେ ଲୋକମାନେ ଏଭଳି ଥାଳିର ବ୍ୟବହାର କରିବାରୁ ବର୍ଷକରେ ୩ ହଜାର ଟନ୍ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଯାଇଛି। ସାଉଦିରେ ଖାଦ୍ୟ ନଷ୍ଟ କରିବାର ହାର ସାରା ବିଶ୍ବରେ ସବୁଠୁ ଅଧିକ। ସରକାରଙ୍କ ଅନୁମାନ, ଅନୁସାରେ ଆରବରେ ପ୍ରତ୍ୟେକଙ୍କ ଘରେ ବାର୍ଷିକ ୨୬୦ କିଲୋ ଖାଦ୍ୟ ନଷ୍ଟ ଯାହକି ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ସବୁଠାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର