ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ, ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ

ଭୁବନେଶ୍ୱର,୦୯/୦୮: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ସର୍ବାଧିକ ୧୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଘାତକ କରୋନା ସର୍ବାଧକ ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ପୁଣି ୧୩ ଜଣଙ୍କ ଜୀବନ ନେଲା କରୋନା। ମୃତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ, କୋରାପୁଟରୁ ୨ ଜଣ, ବାଲେଶ୍ବର, ବରଗଡ଼, ନୟାଗଡ଼, ଖୋର୍ଦ୍ଧା ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫,୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୩୬୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୦ ହଜାର ୨୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୫,୦୧୮୩ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୬ ସୁରକ୍ଷାକର୍ମୀ ନିହତ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି