ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ୩/୯ : ଲଘୁଚାପ ସୃଷ୍ଟି ହୋଇଛି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ । ଏହା ପ୍ରଭାବରେ ଆଶାନୁଯାୟୀ ବର୍ଷା ହୋଇନି । ତଥାପି ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏବେ ବି ପାଣିପାଗ ବିଭାଗ କହୁଛି, ବର୍ଷା ଆସନ୍ତାକାଲି ମଧ୍ୟ ଲାଗି ରହିବ । ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖ ପରେ ବର୍ଷା ପ୍ରକୋପ କମିବ । ତଥାପି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

କଟକ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗିରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆଜି ସକାଳ ୮ଟା ୩୦ ସୁଦ୍ଧା (୨୪ ଘଣ୍ଟାରେ) କଣ୍ଟାମାଳରେ ୮୩.୮ ମିଲିମିଟର, ନବରଙ୍ଗପୁରରେ ୬୦, ପଟ୍ଟାଙ୍ଗୀରେ ୫୭.୨, କୋରାପୁଟରେ ୪୫.୮, ସୋନପୁରରେ ୫୫, ନିମାପଡ଼ାରେ ୫୧.୮, ଦାରିଙ୍ଗିବାଡ଼ିରେ ୪୨, ଖଇରମାଳରେ ୪୩.୬, ରାୟଗଡ଼ାରେ ୪୦.୨ ମିମି ବର୍ଷା ରେକର୍ଡ ହୋଇଛି ।

   ସମ୍ବନ୍ଧିତ ଖବର


ଭୋଡାଫୋନ୍‌ ଆଇଡିଆ, ନାସ୍‌କମ୍‌ ଫାଉଣ୍ଡେସନ ପକ୍ଷରୁ ‘ମାଇଁଅମ୍ୱର’ ଆପ୍‌

ବଢ଼ିଲା ଓଜେଇଇ କାଉନସେଲିଂ ଆବେଦନ ସମୟ : ୩୧ ତାରିଖ ରାତି ୧୧ଟା ୫୯ ଯାଏ ପଞ୍ଜୀକରଣ ଓ ଚଏସ୍‌ ଲକିଂ

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ : ଆଜି-କାଲି ଭୋଟଭିକ୍ଷା କରିବେ ନବୀନ

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପ୍ରଥମ ଅଘଟଣ : ଫଟୋ ଉଠାଇବା ହେଲା କାଳ, ପରିବାର ସମ୍ମୁଖରେ ଭାସିଗଲେ ନାବାଳକ

ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ : ସ୍ବାମୀ ବିରୋଧ କରିବାରୁ ଚାକିରିରୁ ତଡ଼ି ଦେବାକୁ ଧମକ, ଢାବା ମ୍ୟାନେଜର ଗିରଫ

ଓରଟେଲ୍‌, ଓଟିଭିରେ ବିପୁଳ କଳାଧନ; ସିବିଆଇ, ଆୟକର, ଇଡି ସ୍କାନରରେ ବୈଜୟନ୍ତ-ଜାଗି…