ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ଭୁବନେଶ୍ୱର, ୨୬/୧୦: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଖସିଛି । ପାର୍ବଣ ଭିଡ଼ ସତ୍ତେ୍ୱ ସଂକ୍ରମିତ ସଂଖ୍ୟା କମିବା ବଡ଼ ଆଶ୍ୱସ୍ତି ଦେଇଛି।  ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି ।କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୪୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁଅନୁଗୁଳରୁ ୧୪୧ ଜଣ,ମୟୂରଭଞ୍ଜରୁ ୧୧୩ ଜଣ, ଖୋର୍ଦ୍ଧାରୁ ୧୧୦ ଜଣ, କଟକରୁ ୧୦୬ ଜଣ, ସୁନ୍ଦରଗଡ଼ରୁ ୯୦ ଜଣ, କେନ୍ଦୁଝରରୁ ୮୭ ଜଣ, ବାଲେଶ୍ବରରୁ ୮୪ ଜଣ, ଜଗତସିଂହପୁରୁ ୭୨ ଜଣ, ଯାଜପୁରରୁ ୫୬ ଜଣ,କେନ୍ଦ୍ରାପଡ଼ାରୁ ୫୧ ଜଣ, ଝାରସୁଗୁଡାରୁ ୫୦ ଜଣ, ବରଗଡ଼ରୁ ୪୯ ଜଣ, ପୁରୀରୁ ୪୭ ଜଣ, ବଲାଙ୍ଗୀରରୁ ୪୪ ଜଣ, ନୂଆପଡ଼ାରୁ ୪୪ ଜଣ, ନବରଙ୍ଗପୁରରୁ ୪୦ ଜଣ, କୋରାପୁଟଣୁ ୩୯ ଜଣ, ସମ୍ବଲପୁରରୁ ୨୯ ଜଣ, ନୟାଗଡ଼ରୁ ୨୮ ଜଣ, ଢ଼େଙ୍କାନାଳରୁ ୨୫ ଜଣ,ଭଦ୍ରକରୁ ୨୪ ଜଣ, କଳାହାଣ୍ଡିରୁ ୨୪ ଜଣ, ମାଲକାନଗିରିରୁ ୨୩ ଜଣ,ଗଞ୍ଜାମରୁ ୨୦ ଜଣ,ସୋନପୁରରୁ ୧୪ ଜଣ, ବୌଦ୍ଧରୁ ୧୨, ଦେବଗଡ଼ରୁ ୧୧ ଜଣ,ରାୟଗଡ଼ାରୁ ୮ ଜଣ, କନ୍ଧମାଳରୁ ୭ ଜଣ, ଗଜପତିରୁ ୬ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୨ ହଜାର ୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭ ହଜାର ୨୮୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୬୪ ହଜାର ୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୩ ଲକ୍ଷ ୫୪ ହଜାର ୯୫୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…