ଓଡ଼ିଶାର ୨୯ଜିଲ୍ଲାରୁ ଆଉ ୧୬୯୯କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୧୭କୁ ବୃଦ୍ଧି

ଭୁବନେଶ୍ୱର,୦୬/୦୮:  ସାଂଘାତିକ ହେଲାଣି କରୋନା ସ୍ଥିତି । ଦିନକୁ ଦିନ  ହାତରୁ ଖସୁଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି ।  ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୬୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୨୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ୭୧୭ କୁ ବୃଦ୍ଧି କରିଛି । ପୁଣି କରୋନାରେ ୯ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।   ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୬୯୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୬୮,ଖୋର୍ଦ୍ଧାରୁ ୨୨୦ ଜଣ, ସୁନ୍ଦରଗଡ଼ରୁ ୧୭୮ ଜଣ, କଟକରୁ ୧୦୫ ଜଣ, ସମ୍ବଲପୁରରୁ ୧୦୧ ଜଣ, ବରଗଡ଼ରୁ ୮୧ଜଣ, କନ୍ଧମାଳରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, ପୁରୀ ୬୭ ଜଣ, ଭଦ୍ରକରୁ ୬୬ ଜଣ ଗଜପତିରୁ ୫୯ ଜଣ, କେନ୍ଦୁଝରରୁ ୫୬ ଜଣ, ଯାଜପୁରୁ ୪୧ ଜଣ , କୋରାପୁଟରୁ ୪୧ ଜଣ, କଳାହାଣ୍ଡିରୁ ୩୦ ଜଣ, ଢ଼େଙ୍କାନାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, ନୟାଗଡ଼ରୁ ୨୫ ଜଣ, ମୟୂରଭଞ୍ଜରୁ ୨୪ ଜଣ, ବଲାଙ୍ଗୀରରୁ ୨୧ ଜଣ, ରାୟଗଡ଼ରୁ ୧୯ ଜଣ, ଅନୁଗୁଳ ଓ ବାଲେଶ୍ବରରୁ ୧୭ଜଣ ଲେଖାଏଁ, ଜଗତସିଂହପୁରରୁ ୧୬ ଜଣ, ଝାରସୁଗୁଡାରୁ ୧୦ ଜଣ, ସୋନପୁରରୁ ୧୦ ଜଣ, ବୌଦ୍ଧରୁ ୮ ଜଣ, ନୂଆପଡାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦,୭୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪,୭୦୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫ ହଜାର ୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୦,୦୫୯୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌