ଓଡ଼ିଶାରେ କମୁଛି କୋଭିଡ଼ ସଂକ୍ରମଣ: ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ୧୮୩ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦କୁ ଛୁଇଁଲା

ଭୁବନେଶ୍ୱର,୧୭/୦୧ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ସୁସ୍ଥ ଟ୍ରେଣ୍ଡ୍ ଉପରମୁହାଁ ହୋଇଥିବା ସବୁଠି କରୋନା ଏବେ ଶୂନ୍ ଆଡ଼କୁ ଯାଉଛି। ୨୪ ଘଣ୍ଟା ରାଜ୍ୟରେ ୨୩ ଟି ଜିଲ୍ଲାରୁ ୧୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୬ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୭୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୧୦ କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 16th January, 2021
— I & PR Department, Odisha (@IPR_Odisha) January 17, 2021
New Positive Cases: 183
In quarantine: 106
Local contacts: 77
(Details of local contacts will be shared by concerned Dist Administration)
District Wise Cases:
1. Angul: 20
2. Balasore: 6
3. Bargarh: 10
4. Bhadrak: 1
5. Balangir: 3
୨୪ ଘଣ୍ଟାରେ ୨୩ଟି ଜିଲ୍ଲାରୁ ୧୮୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୦ ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୧୯ ଜଣ ଲେଖାଏଁ,ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୮ଜଣ ଲେଖାଏଁ, ପୁରୀରୁ୧୩ ଜଣ, ଝାରସୁଗୁଡାରୁ ୧୧ ଜଣ, ବରଗଡ଼ରୁ ୧୦ ଜଣ, ମୟୂରଭଞ୍ଜରୁ ୮ ଜଣ, କଟକ ଓ ଯାଜପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ବାଲେଶ୍ବରରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ,ବଲାଙ୍ଗୀର, ଗଜପତି ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼ ୨ ଜଣ, ଭଦ୍ରକ, ବୌଦ୍ଧ, ଗଞ୍ଜମ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
22. Sambalpur: 19
— I & PR Department, Odisha (@IPR_Odisha) January 17, 2021
23. Sundargarh: 18
24. State Pool: 6
New recoveries: 230
Cumulative tested: 7376896
Positive: 333310
Recovered: 329318
Active cases: 2039
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୩ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨ ହଜାର ୦୩୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୨୯ ହଜାର ୦୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୭୩ ଲକ୍ଷ ୭୬ ହଜାର ୮୯୬ ସାମ୍ପୁଲ ଟେଷ୍ଟ୍ ହୋଇଛି।