
ଭୁବନେଶ୍ୱର,୧୪/୦୧ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ସୁସ୍ଥ ଟ୍ରେଣ୍ଡ୍ ଉପରମୁହାଁ ହୋଇଥିବା ସବୁଠି କରୋନା ଏବେ ଶୂନ୍ ଆଡ଼କୁ ଯାଉଛି। ୨୪ ଘଣ୍ଟା ରାଜ୍ୟରେ ୨୩ଟି ଜିଲ୍ଲାରୁ ୨୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୯୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୭୬୩କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 13th January, 2021
— I & PR Department, Odisha (@IPR_Odisha) January 14, 2021
New Positive Cases: 222
In quarantine: 127
Local contacts: 95
(Details of local contacts will be shared by concerned Dist Administration)
District Wise Cases:
1. Angul: 28
2. Balasore: 7
3. Bargarh: 22
4. Bhadrak: 5
5. Balangir: 3
୨୪ଘଣ୍ଟାରେ ୨୨୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୮ ଜଣ,ସୁନ୍ଦରଗଡ଼ରୁ ୨୪ ଜଣ, ଝାରସୁଗୁଡାରୁ ୨୩ ଜଣ,ବରଗଡ଼ରୁ ୨୨ ଜଣ, ସମ୍ବଲପୁରରୁ ୨୧ ଜଣ, ପୁରୀରୁ ୧୫ ଜଣ, ଖୋର୍ଦ୍ଧାରୁ ୧୨ ଜଣ, ଯାଜପୁରରୁ ୯ ଜଣ, କଟକ, ନୟାଗଡ଼ ଓ ନୂଆପଡ଼ାରୁ ୮ ଜଣ ଲେଖାଏଁ, ବାଲେଶ୍ବରରୁ ୭ ଜଣ, ମୟୂରଭଞ୍ଜରୁ ୬ ଜଣ, ଭଦ୍ରକ ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ ଓ ଗଜପତି ଜିଲ୍ଲାରୁ ୩ଜଣ ଲେଖାଏଁ, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
22. Sonepur: 5
— I & PR Department, Odisha (@IPR_Odisha) January 14, 2021
23. Sundargarh: 24
24. State Pool: 3
New recoveries: 170
Cumulative tested: 7292068
Positive: 332763
Recovered: 328622
Active cases: 2192
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୨ ହଜାର ୭୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨ ହଜାର ୧୯୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୨୮ ହଜାର ୬୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୭୨ ଲକ୍ଷ ୯୨ ହଜାର ୦୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି।