ଅଗଷ୍ଟରେ ଭୟାନକ ସ୍ଥିତିରେ କରୋନା: ରାଜ୍ୟରେ ଆଉ ୨୬୯୮ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୧/୦୮: ଅଗଷ୍ଟରେ ଭୟାନକ ଗତି ଧରିଛି କରୋନା । ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି । ପ୍ରତି ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ହାର । ସ୍ଥିତି ଏମିତି ହେଲାଣି, ପ୍ରତି ଘଣ୍ଟାରେ ନୂଆ ନୂଆ କରୋନା ରୋଗୀ ଚିହ୍ନଟ ହୋଉଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବି କିଛି ଦିନ ହେବ ଦ୍ରୁତଗତିରେ ବଢ଼ୁଛନ୍ତି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୨୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨ ହଜାର ୭୧୮ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ରାଜ୍ୟରେ ଆଉ ୨୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୭୫ ଜଣ, କଟକରୁ ୨୦୭ ଜଣ, ଗଞ୍ଜାମରୁ ୧୬୨ ଜଣ, ରାୟଗଡ଼ାରୁ ୧୫୪ ଜଣ, କୋରାପୁଟରୁ ୧୪୬ ଜଣ,ମୟୂରଭଞ୍ଜରୁ ୧୨୮ ଜଣ, ସୁନ୍ଦରଗଡ଼ରୁ ୧୦୩ ଜଣ, ବାଲେଶ୍ବରରୁ ୧୦୨ ଜଣ, ନୟାଗଡ଼ାରୁ ୯୪ ଜଣ, ନବରଙ୍ଗପୁରରୁ ୯୧ ଜଣ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୮୯ ଜଣ ଲେଖାଏଁ, ପୁରୀରୁ ୮୭ ଜଣ, କନ୍ଧମାଳ ଓ ମଲକାନଗିରିରୁ ୮୧ ଜଣ ଲେଖାଏଁ, ଯାଜପୁରରୁ ୮୦ ଜଣ, ସମ୍ବଲପୁରରୁ ୭୮ ଜଣ, ଝାରସୁଗୁଡାରୁ ୭୨ ଜଣ, ବଲାଙ୍ଗୀରରୁ ୭୧ ଜଣ, ଗଜପତିରୁ ୫୮ ଜଣ, ବରଗଡ଼ରୁ ୫୬ ଜଣ, କଳାହାଣ୍ଡିରୁ ୪୯ ଜଣ, ସୋନପୁରରୁ ୩୧ ଜଣ, ଅନୁଗୁଳରୁ ୨୯ ଜଣ, ଢ଼େଙ୍କାନାଳରୁ ୨୭ ଜଣ, ଜଗତସିଂହପୁର ଓ କେନ୍ଦୁଝରରୁ ୨୧ ଜଣ ଲେଖାଏଁ, ବୌଦ୍ଧ ୧୧ ଜଣ, ନୂଆପଡ଼ାରୁ ୩ ଜଣ ଦେବଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୨ ହଜାର ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୩,୬୯୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୮ ହଜାର ୫୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧,୭୨,୪୨୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଲଭ ଜିହାଦ ଉପରେ ଲଗାମ; ୟୁପି ସରକାରଙ୍କ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ଆଜିଠାରୁ ନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…