ରାଜ୍ୟରେ ଆଉ ୪୧୮୦ ଜଣ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ପାର୍

ଭୁବନେଶ୍ୱର ୧୬/୦୯: କରୋନା ସ୍ଥିତି ଅତି ସାଙ୍ଘାତିକ ଆଡକୁ ଯାଉଛି । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ମହାମାରୀ କରୋନା । ନୂଆ ଆକ୍ରାନ୍ତ ଚିହ୍ନଟରେ ଓଡ଼ିଶା ରେକର୍ଡ ସୃଷ୍ଟି ହେଉଛି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୪୧୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୬୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୭୧୪ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ୩୪୧ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୪୧୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୬୮୮ ଜଣ, କଟକରୁ ୪୯୨ ଜଣ, ଯାଜପୁରରୁୁ ୧୮୪ ଜଣ,ପୁରୀରୁ ୧୬୬ ଜଣ,ସୁନ୍ଦରଗଡ଼ରୁ ୧୬୬ ଜଣ, ମୟୂରଭଞ୍ଜରରୁ ୧୬୩ ଜଣ,ରାୟଗଡ଼ାରୁ ୧୬୦ ଜଣ, ଅନୁଗୁଳରୁ ୧୫୫ ଜଣ, ବାଲେଶ୍ବରରୁ ୧୩୩ ଜଣ,ସମ୍ବଲପୁରରୁ ୧୨୭ ଜଣ, ଜଗତସିଂହପୁରରୁ ୧୨୩ ଜଣ, କେନ୍ଦ୍ରାପଡ଼ାରୁ ୧୨୧ ଜଣ, ବରଗଡ଼ରୁ ୧୦୦ ଜଣ, କୋରାପୁଟରୁ ୯୯ ଜଣ, ଝାରସୁଗୁଡାରୁ ୮୩ ଜଣ, ଭଦ୍ରକରୁ ୮୧ ଜଣ,କନ୍ଧମାଳରୁ ୭୭ ଜଣ, ବଲାଙ୍ଗୀର, କେନ୍ଦୁଝର, ଓ ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ,କଳାହାଣ୍ଡିରୁ ୬୭ ଜଣ, ଢ଼େଙ୍କାନାଳରୁ ୬୭ ଜଣ, ସୋନପୁରରୁ ୬୨ ଜଣ,ଗଞ୍ଜାମରୁ ୫୮ ଜଣ, ବୌଦ୍ଧରୁ ୫୬ ଜଣ, ନୟାଗଡ଼ ଓ ନୂଆପଡ଼ାରୁ ୫୪ ଜଣ ଲେଖାଏଁ, ମାଲକାନଗିରିରୁ ୫୩ ଜଣ, ଗଜପତିରୁ ୨୫ ଜଣ, ଦେବଗଡ଼ରୁ ୧୦ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୭୧ ହଜାର ୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୭ ହଜାର ୧୪୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୬ ଲକ୍ଷ ୬୭ ହଜାର ୭୪୭ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


କରୋନାରେ ମାସ୍କ ପିନ୍ଧୁନଥିବା ବ୍ୟକ୍ତି ଖୁବଶୀଘ୍ର ଦେଖନ୍ତୁ ଏହି ଭିଡିଓ, ଆପଣଙ୍କୁ ଶିଖିବାକୁ ଅଛି ବହୁତ୍ କିଛି …

ଚୀନରୁ ଆସୁଛି ହଳଦିଆ ଧୂଆଁ: ଭୟରେ ଉତ୍ତର କୋରିଆର ଲୋକ, ଝରକା ଖୋଲିବାକୁ ମନା

ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ହିରୋ ଲଞ୍ଚ କଲା ନୂଆ ଇଲେକ୍ଟ୍ରିକ ସ୍କୁଟର, ଫୁଲ୍ ଚାର୍ଜ କଲେ ଯିବ ୨୧୦ କିଲୋମିଟର