PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜି ନନ୍ଦନକାନନର ୬୦ ତମ ପ୍ରତିଷ୍ଠା ଦିବସ, ଖୋଲାଯିବ ୪ଟି ନୂଆ ଖୁଆଡ

ଚନ୍ଦକା ୨୯/୧୨: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ମୁଖ୍ୟ ଗେଟ୍‌ଠାରୁ ଆରମ୍ଭ କରି ଭିତର ଖୁଆଡ଼ ପର୍ଯ୍ୟନ୍ତ ସୁନ୍ଦର ସୁନ୍ଦର ଫୁଲରେ ସଜା ଯାଇଛି । ଏଥିସହିତ ନୂଆ କରି କିଛି ଖୁଆଡ଼ ମଧ୍ୟ ଉଦ୍‌ଘାଟନ ହେବ । ଏଥିରେ ଧୂସର ଗଧିଆ, ବାଘ ଶାବକ ରଖାଯାଇ ପର୍ଯ୍ୟଟକଙ୍କ ପାଇଁ ଦେଖିବାର ସୁଯୋଗ ଦିଆଯିବ ।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କର୍ମଚାରୀମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ପ୍ରତିଷ୍ଠା ଦିବସରେ ଏଠାରେ ଥିବା ଜୀବଜନ୍ତୁଙ୍କୁ ନେଇ ଏକ ମାନସମନ୍ଥନ ହେବ। ଚଳିତ ବର୍ଷ ଏହି ଚିଡ଼ିଆଖାନରେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ କିପରି ପୂରଣ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇପାରେ