ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨ ଜଣ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ଛୁଇଁଲା

ଭୁବନେଶ୍ୱର, ୨୩/୦୨ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୧୮ଟି ଜିଲ୍ଲାରୁ ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 22nd Feb
— I & PR Department, Odisha (@IPR_Odisha) February 23, 2021
New Positive Cases: 62
In quarantine: 37
Local contacts: 25
(Details of local contacts will be shared by concerned District Administration)
District Wise Cases:
1. Angul: 1
2. Balasore: 2
3. Bargarh: 8
4. Bhadrak: 1
5. Balangir: 1
6. Cuttack: 7
୨୪ ଘଣ୍ଟା ମଧ୍ୟରେ ୬୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ସମ୍ବଲପୁରରୁ ୧୨ ଜଣ,ବରଗଡ଼ରୁ ୮ ଜଣ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ଯାଜପୁରରୁ ୩ ଜଣ, ବାଲେଶ୍ବର, ଝାରସୁଗୁଡା, କୋରାପୁଟ,ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କେନ୍ଦ୍ରାପଡ଼ା,କେନ୍ଦୁଝର, ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୋଲ୍ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
18. Sambalpur: 12
— I & PR Department, Odisha (@IPR_Odisha) February 23, 2021
19. Sundargarh: 5
20. State Pool: 2
New recoveries: 59
Cumulative tested: 8207302
Positive: 336767
Recovered: 334166
Active cases: 634
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୬ ହଜାର ୭୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୩୪ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୪ ହଜାର ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୮୨ ଲକ୍ଷ ୭୩ ହଜାର ୩୦୨ସାମ୍ପୁଲ ଟେଷ୍ଟ୍ ହୋଇଛି।