ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଭୁବନେଶ୍ୱର ୨୬/୧୧: ରାଜ୍ୟରେ କରୋନା କମି କମି ଚାଲିଛି । ସକ୍ରିୟ ରୋଗୀ ସଂଖ୍ୟା ଏବେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଖସି ଆସିଛି । ଆଶ୍ୱସ୍ତିର କଥା ହେଉଛି, ଟେଷ୍ଟିଂ କମିନ ଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି । କିନ୍ତୁ କୋଭିଡ୍ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ୨୪ ଘଣ୍ଟା ରାଜ୍ୟରେ ୩୦ ଟି ଜିଲ୍ଲାରୁ ୬୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ୬୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ପଜିଟିଭଙ୍କ ମଧ୍ୟରୁ କଟକରୁ ୬୪ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ, ଅନୁଗୁଳରୁ ୫୦ଜଣ, ଖୋର୍ଦ୍ଧାରୁ ୪୯ ଜଣ, କେନ୍ଦୁଝରରୁ ୪୨ ଜଣ, ମୟୂରଭଞ୍ଜ ଓ ନୂଆପଡ଼ାରୁ ୩୬ ଜଣ ଲେଖାଏଁ, କଳାହାଣ୍ଡିରୁ ୩୫ ଜଣ, ବଲାଙ୍ଗୀରରୁ ୩୨, କେନ୍ଦ୍ରାପଡ଼ାରୁ ୨୭ ଜଣ, ଜଗତସିଂହପୁରରୁ ୨୬ ଜଣ, ଝାରସୁଗୁଡାରୁ ୨୧ ଜଣ, ବରଗଡ଼ରୁ ୧୯ ଜଣ, ଗଞ୍ଜାମରୁ ୧୮ ଜଣ, ଯାଜପୁରରୁ ୧୭ ଜଣ, ପୁରୀରୁ ୧୬ ଜଣ, ସମ୍ବଲପୁରରୁ ୧୫ ଜଣ, ବାଲେଶ୍ବର, ଭଦ୍ରକ ଓ ନବରଙ୍ଗପୁରରୁ ୧୧ ଜଣ ଲେଖାଏଁ, କୋରାପୁଟରରୁ ୧୦ ଜଣ, ଢ଼େଙ୍କାନାଳରୁ ୫ ଜଣ,ମାଲକାନଗିର, ନୟାଗଡ଼ ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼, ଗଜପତି ଓ ସୋନପୁରରୁ ୨ ଜଣ ଲେଖାଏଁ, କନ୍ଧମାଳରୁ ଜଣେ ଏବଂ ଷ୍ଟେଟ୍ ପୋଲ୍‌ରୁ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୬ ହଜାର ୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ହଜାର ୭୮୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୦୮ ହଜାର ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୩୨ ହଜାର ୫୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.