ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ ଜଣ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫କୁ ଛୁଇଁଲା

ଭୁବନେଶ୍ୱର, ୨୨/୦୨ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୧୮ଟି ଜିଲ୍ଲାରୁ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୮ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 21st Feb
— I & PR Department, Odisha (@IPR_Odisha) February 22, 2021
New Positive Cases: 69
In quarantine: 41
Local contacts: 28
(Details of local contacts will be shared by concerned District Administration)
District Wise Cases:
1. Angul: 2
2. Balasore: 2
3. Bargarh: 6
4. Balangir: 1
5. Boudh: 1
6. Cuttack: 2
୨୪ ଘଣ୍ଟା ମଧ୍ୟେର ଚିହ୍ନଟ ହୋଇଥିବା ୬୯ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସମ୍ବଲପୁରରୁ ୧୨ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରୁ ୬ ଜଣ ଲେଖାଏଁ, ନୂଆପଡ଼ାରୁ ୫ ଜଣ, ଦେବଗଡ଼ ଓ ଯାଜପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ବର, କଟକ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
17. Sonepur: 3
— I & PR Department, Odisha (@IPR_Odisha) February 22, 2021
18. Sundargarh: 11
19. State Pool: 1
New recoveries: 54
Cumulative tested: 8189910
Positive: 336705
Recovered: 334107
Active cases: 631
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୬ ହଜାର ୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୩୧ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୪ ହଜାର ୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୮୧ ଲକ୍ଷ ୮୯ ହଜାର ୯୧୦ ସାମ୍ପୁଲ ଟେଷ୍ଟ୍ ହୋଇଛି।