ଆଜି କଲାମ୍‌ ଦ୍ବୀପ ୪ ନମ୍ବର ଲଞ୍ଚ୍‌ପ୍ୟାଡରୁ ହେବ ଅଗ୍ନି-୩ ପରୀକ୍ଷଣ

ଭଦ୍ରକ ୩୦/୧୧: ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ଚାନ୍ଦବାଲି ଅବଦୁଲ୍‌ କଲାମ୍‌ ଦ୍ବୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚ୍‌ପ୍ୟାଡରୁ କରାଯିବ। ଏଥି ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସ˚ସ୍ଥା (ଡିଆର୍‌ଡିଓ) ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ତ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି।

ଅଗ୍ନି-୩ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ ‌କ୍ଷେପଣାସ୍ତ୍ର। ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨ ହଜାର କିଲୋଗ୍ରାମ। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି। ସେକେଣ୍ତ ପିଛା ଏହାର ବେଗ ୬ କିଲୋମିଟର।

ଅଗ୍ନି-୩ କ୍ଷେପଣାସ୍ତ୍ରରକୁ ଯେ କୌଣସି ରେଳ ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ। ଶତ୍ରୁପକ୍ଷର ୩୫ ଶହ କିଲୋମିଟରରୁ ୫ ହଜାର କିଲୋମିଟର ମଧ୍ୟରେ ଏହା ବ୍ୟାପକ ଧ୍ବଂସଲୀଳା ରଚିବାର କ୍ଷମତା ରଖିଛି।

   ସମ୍ବନ୍ଧିତ ଖବର


କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ