PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କୁମ୍ଭୀର ଗଣନା ପାଇଁ ଆଜିଠୁ ବନ୍ଦ ରହିବ ଭିତରକନିକା

ରାଜନଗର ୨୬/୧୨: ଆଜି ଠାରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏଥିପାଇଁ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି । ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳଗୁଡିକରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ଓଡ଼ିଶାର ବିଶିଷ୍ଟ ବଉଳା କୁମ୍ଭୀର ବିଶାରଦ ଡଃ. ସୁଧାକର କରଙ୍କ ସହିତ ଅନ୍ୟ କୁମ୍ଭୀର ବିଶାରଦମାନେ ଏହି ଗଣନାରେ ସାମିଲ ହେବେ ।

ଚଳିତ ମାସ ୨୯ ତାରିଖରେ ଜାତୀୟ ଉଦ୍ୟାନ ବନୀ ଭବନଠାରେ କୁମ୍ଭୀର ଗଣନାରେ ସାମିଲ ହୋଇଥିବା ଗଣନାକାରୀମାନଙ୍କୁ କୁମ୍ଭୀର ବିଶାରଦ ଡଃ.କର ପ୍ରଶିକ୍ଷଣ ଦେବେ। ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ୨୩ଟି ଟିମ୍‌ ଗଠନ କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ୧୨ଟି ଟିମ୍‌, ଗହୀରମଥା ରେଞ୍ଜରେ ୨ଟି ଟିମ୍‌, ମହାକାଳପଡା ରେଞ୍ଜରେ ୨ଟି ଟିମ୍‌, ରାଜନଗର ରେଞ୍ଜରେ ୭ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହେବେ ।