PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସୋମବାର ଦୈନିକ ସଂକ୍ରମଣ ସବୁଠାରୁ କମ୍; ଆଜି ଠାରୁ ଆରମ୍ଭ ଅନ୍‌ଲକ୍‌

representational image

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ସବୁଠାରୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୋମବାର ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜଧାନୀରେ  ମାତ୍ର ୬୪୮ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୮୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସଂକ୍ରମିତ ତୁଳନାରେ ମୃତ୍ୟୁ ସଂଖ୍ୟା କିନ୍ତୁ ସେତେ ମାତ୍ରାରେ କମ୍‌ ହୋଇଥିବାର ଦେଖାଯାଉ ନାହିଁ।

ରାଜଧାନୀରେ ବର୍ତ୍ତମାନ ସଂକ୍ରମଣ ସ୍ତର ୧ ପ୍ରତିଶତରୁ ତଳକୁ ଆସିଯାଇଛି। ଯାହା ମାର୍ଚ୍ଚ ୧୯ ପରେ ସବୁଠାର କମ୍‌ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସେହିପରି ବର୍ତ୍ତମାନ ୧୧,୦୪୦ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।  

ଆଜି କରୋନା ସଂକ୍ରମଣ ଅଧିକ ହ୍ରାସ ପାଇଥିବା ବେଳେ ପୂର୍ବ ଘୋଷଣା ଅନୁସାରେ ଆଜି ଠାରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ର ୪୧ ଦିନ ପରେ ଦିଲ୍ଲୀ ଅନଲକ୍ ହୋଇଛି। ପ୍ରଥମ ପର୍ଯ୍ୟାୟ ଅନଲକ୍‌ରେ କେବଳ କଳକାରଖାନା ଓ ନିର୍ମାଣକୁ କାର୍ଯ୍ୟା ଜାରି ରଖିବାକୁ ଅନୁମତି ମିଳିଛି। ତେବେ ଯଦି କରୋନ ସଂକ୍ରମଣ ବୃଦ୍ଧି ହେବ ତେବେ ପୁଣିଥର କଟକଣା କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଅନ୍ୟପଟେ କରୋନା ସଂକ୍ରମଣ ରୋକିବାକୁ ଦିଲ୍ଲୀରେ ଜୁନ ୭ ତାରିଖ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଜାରି ରହିଥିବା ବେଳେ ଦିଲ୍ଲୀରେ ବଜାର, ମଲ ଓ ମେଟ୍ରୋ ଆଦି ସେବା ବନ୍ଦ ରହିଛି।

ସମ୍ବନ୍ଧିତ ଖବର