ଭୁବନେଶ୍ୱର,୧୮/୦୫: ଆଜି ବିଜେପିର ଏକାଧିକ ନେତାଙ୍କ ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଡ୍ରିମଗାର୍ଲ ହେମାମାଳିନୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଅଭିନେତା ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ସାଂସଦ ଓ ଡ୍ରିମଗାର୍ଲ ହେମାମାଳିନୀ ଆସନ୍ତାକାଲି ଦିନ ସାଢେ୧୦ଟାରେ ଦେବଗଡ଼ରେ ଓ ଦିନ ୧୧ଟା ୪୫ରେ ପାଲଲହଡ଼ାରେ ଅନୁଷ୍ଠିତ ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସକାଳ ୯ଟା ୪୫ରେ କଣ୍ଟାବାଞ୍ଝିରେ ବିଜେପି ପାଇଁ ଭୋଟ୍ ମାଗିବେ । ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ମିଳିତ ହୋଇ ବାଲେଶ୍ୱରରେ ଦିନ ସାଢ଼େ ୧୦ଟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ । ଦିନ ୨ଟାରେ କେନ୍ଦ୍ରାପଡ଼ାରେ ଓ ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ସାମିଲ ହେବେ ।
ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଦିନ ସାଢ଼େ ୧୦ଟାରେ ବ୍ରଜରାଜନଗରଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ଝାରସୁଗୁଡ଼ାରେ ପ୍ରଚାର କରିବେ । ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଅଭିନେତା ସାଂସଦ ଅନୁଭବ ମହାନ୍ତି ଆସ୍କାରେ ପ୍ରଚାର କରିବେ । ପୋଲସରା ଓ ଭଞ୍ଜନଗରରେ ରୋଡ୍ ସୋ କରିବେ । ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ସୁନ୍ଦରଗଡରେ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।