PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଆଜି ବଡ଼ଦିନ: ମଧ୍ୟରାତ୍ରିରେ ପୃଥିବୀ ପୃଷ୍ଠରେ ଧରାବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଭୁବନେଶ୍ୱର ୨୫/୧୨: ସମସ୍ତେ ଅପେକ୍ଷା କରି ରହିଥିଲେ ମଧ୍ୟରାତ୍ରିର ଶୁଭବେଳାକୁ । ମଧ୍ୟରାତ୍ରିରେ ଜନ୍ମ ନେଲେ ଭଗବାନ ଯୀଶୁ । ଭଗବାନଙ୍କୁ ସ୍ୱାଗତ କଲେ ଭକ୍ତଗଣ । ନାଚି ଗାଇ, କେକ୍‌ କାଟି ତାଙ୍କ ଜନ୍ମ ଉତ୍ସବକୁ ପାଳନ କଲେ । ଅନେକ ସନ୍ଧ୍ୟାରେ ଚର୍ଚ୍ଚ୍‌ରେ ଅପେକ୍ଷା କରିଥିବାବେଳେ ବହୁଜଣ ମଧ୍ୟରାତ୍ରିରେ ବାହାରିଥିଲେ ଚର୍ଚ୍ଚ୍‌ ଅଭିମୁଖେ । ଭଗବାନଙ୍କୁ ନିକଟରେ ପ୍ରାର୍ଥନା କରି ତାଙ୍କ ଆର୍ଶୀବାଦ ନେଇଥିଲେ । ପରସ୍ପରକୁ କ୍ରିସ୍‌ମାସ୍‌ ଡେ’ର ଶୁଭେଚ୍ଛା ଜଣାଇଥିଲେ।

ରାଜଧାନୀରେ ଥିବା ସତ୍ୟନଗରସ୍ଥିତ କ୍ୟାଥୋଲିକ୍‌ ଚଚ୍ଚ୍‌ର୍, ୟୁନିଟ୍‌ ୪ ସ୍ଥିତ ୟୁନିୟନ୍‌ ଚଚ୍ଚ୍‌ର୍, ବରମୁଣ୍ଡା, ୟୁନିଟ୍‌-୮ ଆଦି ସ୍ଥାନରେ ଥିବା ଚଚ୍ଚ୍‌ର୍ରେ ବଡ଼ଦିନ ପାଇଁ ଏଭଳି ପରିବେଶ ଦେଖିବାକୁ ମିଳିଥିଲା। ଏଥିପାଇଁ ସବୁ ଚର୍ଚ୍ଚ୍‌ରେ ବିଶେଷ ବ୍ୟବସ୍ଥା ଆୟୋଜନ କରାଯାଇଥିଲା । ରଙ୍ଗୀନ ଆଲୋକମାଳାରେ ଚାରିଆଡ଼ ଝଲସୁଥିଲା । ଭଳିକି ଭଳି କ୍ରିସ୍‌ମାସ୍‌ ଟ୍ରି ଲଗାଯାଇଥିଲା । ସତ୍ୟନଗର ଚଚ୍ଚ୍‌ର୍ରେ କୃତ୍ରିମ କ୍ରିବ୍‌ କରାଯାଇଥିଲା । ଯେଉଁଥିରେ ଭଗବାନ ଯୀଶୁଙ୍କ ଜନ୍ମ ସମୟ ଉପସ୍ଥାପିତ ହୋଇଥିଲା । ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ବ୍ୟକ୍ତିମାନେ ମଧ୍ୟରାତ୍ରିରେ ଚର୍ଚ୍ଚ୍‌କୁ ଯାଇଥିଲେ। ଯୀଶୁଙ୍କ ମୂର୍ତ୍ତିକୁ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । କ୍ୟାଣ୍ଡେଲ୍‌ ଜାଳି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।

ସତ୍ୟନଗରସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚ୍‌ରେ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ଉତ୍ସବ । ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ କିଏ ସାଣ୍ଟା ହୋଇଥିଲେ ତ ଆଉ କିଏ ସାଣ୍ଟା ଟୋପି ପିନ୍ଧି ବେଶ୍‌ ମଜା ନେଇଥିଲେ ଉତ୍ସବର । ଏପରିକି କ୍ରିବ୍‌ରେ ଯାଇ ଭଗବାନଙ୍କ ଜନ୍ମ ସମୟକୁ ଦେଖିଥିଲେ । ମଧ୍ୟରାତ୍ରିରେ ବି ଭିଡ଼ ଜମିଥିଲା । ରାତି ୧୧ଟାରୁ ୧ଘଣ୍ଟାର କ୍ୟାରୋଲ୍‌ ସିଙ୍ଗିଙ୍ଗ୍‌(ଆନନ୍ଦ ଗୀତ) ବୋଲାଯାଇଥିଲା । ଏହି ଗୀତ ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ ମାଲାୟଲମ୍‌ ଭାଷାରେ ବୋଲାଯାଇଥିଲା । ରାତି ୧୨ଟା ରୁ ଜାଗରଣୀ ଦିବ୍ୟ ଯଜ୍ଞ ହୋଇଥିଲା । ଏହା ଲୋକଙ୍କ ମଙ୍ଗଳ ପାଇଁ ଉତ୍ସର୍ଗ କରାଯାଇଥିଲା । ସେ ସମୟରେ ଯୀଶୁଙ୍କ ଜନ୍ମ ସମୟକୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସ୍ମରଣ କରିଥିଲେ । ଆସନ୍ତାକାଲି ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପ୍ରାର୍ଥନା ବୋଲାଯିବ ।

ବଡ଼ଦିନର ଶୁଭେଚ୍ଛା, ମିଠା, କେକ୍‌ ଏବଂ ଥଣ୍ଡାପାନୀୟର ଆସର ବି ବେଶ୍‌ ଜମିବ । ଦିନକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବ । ସେହିପରି ୟୁନିଟ୍‌-୪ସ୍ଥିତ ଚଚ୍ଚ୍‌ର୍ରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ରାତି ୧୧ଟାରେ ସମୂହ ପ୍ରାର୍ଥନା ସଭା ହୋଇଥିଲା । ସମସ୍ତେ ଏକାଠି ପ୍ରାର୍ଥନା କରିଥିଲେ । ଆସନ୍ତାକାଲି ଦିନ ୧୦ଟାରେ ଇଂରାଜୀ ଓ ସାଢ଼େ ୩ଟାରେ ଓଡ଼ିଆରେ ପ୍ରାର୍ଥନା କରାଯିବ । ଏହି ଅବସରରେ କେରଳ ଥିଓଲୋଜି ସ୍କୁଲର ପ୍ରିନ୍ସିପାଲ୍‌ ରେଭ୍‌ ଫିନି ଜର୍ଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେବେ । ଏହାବ୍ୟତୀତ୍‌ ଭୁବନେଶ୍ୱରର ୟୁନିଟ୍‌-୮, ବରମୁଣ୍ଡା ଆଦି ସ୍ଥାନର ଥିବା ଚଚ୍ଚ୍‌ର୍ରେ ମଧ୍ୟ ବଡ଼ଦିନ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି ।

ସମ୍ବନ୍ଧିତ ଖବର