PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଜି ଏବଂ ଆସନ୍ତାକାଲି ରାଜ୍ୟର ଏହି ସବୁ ସ୍ଥାନରେ ହେବ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ ସମୟରେ କଟିବ ଲାଇନ୍

ଭୁବନେଶ୍ୱର ୨୨/୧୨: ମରାମତି କାର୍ଯ୍ୟ ଚାଲିଥିବାରୁ ଆଜି ଏବଂ ସୋମବାର ୨୩ ଓ ମଙ୍ଗଳବାର ୨୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଭୁବନେଶ୍ୱର ସହରାଞ୍ଚଳର ମାଳିସାହି, ଜନପଥରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, ବିଡିଏ କଲୋନି, ରେଳ ବିହାର, ନାବାର୍ଡ, ୟୁନିଟ୍‌-୫ ଅଞ୍ଚଳ, ଏଚ୍‌ଓଡି, ସର୍କିଟ ହାଉସ, ନିର୍ମାଣ ସୌଧରେ ସକାଳ ୮ଟାରୁ ଅପରାହ୍ନ ୧ଟା, କଟକ ସହରାଞ୍ଚଳର ଖପୁରିଆରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା, କଟକ ଗ୍ରାମାଞ୍ଚଳର ଖୁଣ୍ଟୁଣି, ନାରଙ୍ଗବସ୍ତା, ନୂଆପାଟଣାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା, ଚାରବାଟିଆ, ଚୌଦ୍ୱାର ଓ ଖୁଣ୍ଟୁଣିରେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା, ଢେଙ୍କାନାଳ ଓ ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୩ଟା, ପୁରୀ ଭାରତୀପୁର, ଡେଲାଙ୍ଗ, ପିପିଲିରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

୨୩ ତାରିଖରେ ଭୁବନେଶ୍ୱର ସହରାଞ୍ଚଳର ବାରଙ୍ଗ, ରଘୁନାଥପୁର, ମାରୁତୀ ରେସିଡେନ୍ସି, ନନ୍ଦନକାନନ, ଜିଡିଏସ୍‌ ଟାୱାର, ମାନସିଅନ, ତାରିଣୀ ବିହାରରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, କଟକ ସହରାଞ୍ଚଳର କେଶପୁର, ବିଦ୍ୟାଧରପୁର, ଓଏସ୍‌ଏପି, ଅପାଣିଆରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ଢେଙ୍କାନାଳରେ ସକାଳ ସେକ୍ସନ ଏରିଆରେ ୯ଟାରୁ ଅପରାହ୍ନ ୩ଟା, କପିଳାସ, ମନ୍ଦର, ଗନ୍ଦିଆ, ଜୋରନ୍ଦା, କରମୂଳ, ନିହାଲପ୍ରସାଦ, ଘାଟିପୁରରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା, ୨୪ତାରିଖରେ କଟକ ସହରାଞ୍ଚଳର ଶିଖରପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, ଢେଙ୍କାନାଳ ନଂ-୨ ସେକ୍ସନ ଏରିଆରରେ ସକାଳ ୯ଟାରୁ ଅପରାହ୍ନ ୩ଟା, ଘାଟିପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।