ସୁନା ଓ ରୂପାର ନୂଆ ଦର ଜାରି, ଜାଣନ୍ତୁ…

ନୁଆଦିଲ୍ଲୀ ୩/୧୨: ଘରୋଇ ବଜାରରେ ସୁନାର ଦାମ୍ ପୁଣି ବଢି ଯାଇଛି । ମଙ୍ଗଳବାର ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍  ୮୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ଯନ୍ତ ବଢିଯାଇଛି । ଇଣ୍ଡଷ୍ଟ୍ରୀର ଡିମାଣ୍ଡ ବଢିବା ଯୋଗୁଁ ବଜାରରେ ରୂପାର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୧୦୧ ଟଙ୍କା ପର୍ଯ୍ଯନ୍ତ ବଢିଯାଇଛି ।

ସୁନାର ନୂଆ ଦାମ୍
ଦିଲ୍ଲୀ ସରାଫା ବଜାରରେ ମଙ୍ଗଳବାର ସୁନାର ଦାମ୍ ୩୮୭୦୯ ଟଙ୍କା ପ୍ରତି ୧୦ ଗ୍ରାମରୁ ବୃଦ୍ଧି ପାଇ ୩୮,୭୮୯ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଏହି ସମୟରେ ସୁନାର ଦାମ୍ ୮୦ ଟଙ୍କା ପ୍ରତି ୧୦ ଗ୍ରାମର ତୀବ୍ରତା ଆସିଛି । ଏହା ପୂର୍ବରୁ ସୋମବାର ଦିଲ୍ଲୀ ସରାଫା ବଜାରରେ ସୁନାର ଦାମ୍ ୩୮,୮୭୯ ଟଙ୍କାରୁ ହ୍ରାସ ପାଇ ୩୮,୭୧୮ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଥିଲା ।

ମଙ୍ଗଳବାର ସକାଳ ଅନ୍ତର୍ଜାତୀୟ ବଜାରରେ ସୁନା ୧୪୬୩ ଡଲାର୍ ପ୍ରତି ଆଉନ୍ସ ଓ ରୂପା ୧୬.୯୧ ଡଲାର୍ ପ୍ରତି ଆଉନ୍ସରେ ପହଞ୍ଚି ଯାଇଛି ।

ରୂପା କିଣିବା ମଧ୍ୟ ମହଙ୍ଗା
ଦିଲ୍ଲୀ ସରାଫା ବଜାରରେ ଏକ କିଲୋଗ୍ରାମ ରୂପାର ଦାମ୍ ୪୫,୭୨୫ ଟଙ୍କାରୁ ବୃଦ୍ଧି ପାଇ ୪୫,୮୨୬ ଟଙ୍କାରେ ପହଞ୍ଚି ଯାଇଛି ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ