ଲଗାତର ଚତୁର୍ଥ ଦିନ ଖସିଲା ସୁନା ଦର, ଜାଣନ୍ତୁ ସୁନା-ରୂପାର ନୂଆ ରେଟ୍

ନୁଆଦିଲ୍ଲୀ ୧୪/୧: ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ଟ୍ରେଡ୍ ୱାର୍ ରୋକିବା ପାଇଁ ସମ୍ପର୍କିତ ଡିଲରେ ୧୫ ଜାନୁୟାରୀରେ ହସ୍ତାକ୍ଷର ହେବା ଆଶାରେ ସାରା ବିଶ୍ୱରେ ସୁନା ରେଟ୍ ଖସି ଆସିଛି । ଏହାର ପ୍ରଭାବ ଘରୋଇ ମାର୍କେଟରେ ମଧ୍ୟ ଦେଖିବାକୁ ମିଳୁଛି ।  ଦିଲ୍ଲୀ ସରାଫା ବଜାରରେ ମଧ୍ୟ ଏହା ନଜର ଆସିଛି । ମଙ୍ଗଳବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୬୧ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି । ଅନ୍ୟପଟେ ରୂପା ଦାମରେ ୬୦୨ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି ।

ସୁନାର ନୂଆ ଦର
ମଙ୍ଗଳବାର ଦିଲ୍ଲୀ ସରାଫା ବଜାରରେ ସୁନାର ନୂଆ ଦାମ୍ ୪୦,୪୮୩ ଟଙ୍କାରୁ ହ୍ରାସ ପାଇ ୪୦,୪୨୨ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଅର୍ଥାତ୍ ଦାମରେ ୬୧ ଟଙ୍କା ହ୍ରାସ ପାଇଛି । ଏହା ପୂର୍ବରୁ ସୋମବାର ଦିଲ୍ଲୀ ସରାଫା ବଜାରରେ ସୁନା ଦାମ୍ ୪୦,୬୬୮ ଟଙ୍କାରୁ ହ୍ରାସ ପାଇ ୪୦,୪୩୨ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଥିଲା ।

ରୂପାର ନୂଆ ଦାମ୍
ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଦିଲ୍ଲୀ ସରାଫା ବଜାରରେ ଏକ କିଲୋଗ୍ରାମ ରୂପା ଦାମ୍ ୪୭,୬୮୫ ଟଙ୍କାରୁ ହ୍ରାସ ପାଇ ୪୭,୦୮୩ ଟଙ୍କାକୁ ଆସିଯାଇଛି । ଦାମରେ ୬୦୨ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୧୫୪୪ ଡଲାର୍ ପ୍ରତି ଆଉନ୍ସ ଓ ରୂପା ଦାମ୍ ୧୭.୭୫ ଡଲାର୍ ପ୍ରତି ଆଉନ୍ସ ରହିଛି ।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ