୧୨୮୩ ଟଙ୍କା ଖସିଲା ରୂପା, ସୁନା ଦାମ୍ ରହିଛି ଏତିକି

ନୁଆଦିଲ୍ଲୀ ୧୬/୩: ଅନ୍ତର୍ଜାତୀୟ ବଜାରରେ ଡିମାଣ୍ଡ ବୃଦ୍ଧି ପାଇବା ଫଳରେ ସୋମବାର ଘରୋଇ ମାର୍କେଟରେ ସୁନା ଦର ବଢିଛି । ସୁନା ଦାମ୍ ୪୫୫ ଟଙ୍କା ବୃଦ୍ଧି ପାଇ ୪୧,୬୧୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । HDFC ସିକ୍ୟେରିଟିଜ୍ ଅନୁସାରେ ଗତ କାରବାରରେ ସୁନା ୪୧,୧୫୫ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ତେବେ ରୂପା ଦାମ୍ ୧୨୮୩ ଟଙ୍କା ହ୍ରାସ ସହିତ ୪୦,୩୦୪ ଟଙ୍କା କିଲୋକୁ ଆସିଯାଇଛି । ଗତ କାରବାରରେ ଏହା ୪୧,୫୮୭ ଟଙ୍କା ପ୍ରତି କିଲୋ ଥିଲା ।

HDFC ସିକ୍ୟେରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କୁହନ୍ତି, ‘ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦାମ୍ ୪୫୫ ଟଙ୍କା ମଜଭୁତ୍ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମରେ ସୁଧାର ଆସିବା ପରେ ଘରୋଇ ମାର୍କେଟରେ ସୁନା ଦାମ୍ ବୃଦ୍ଧି ପାଇଛି ।’

ବିଦେଶରେ ଦାମ୍
କାରବାର ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ପ୍ରାୟ ୩୬ ପଇସା କମରେ ଚାଲିଥିଲା । ଗ୍ଲୋବାଲ୍ ମାର୍କେଟରେ ସୁନା ଲାଭ ସହିତ ୧୫୩୯ ଡଲାର୍ ପ୍ରତି ଆଉନ୍ସ ଏବଂ ରୂପା ୧୫.୬୫ ଡଲାର୍ ପ୍ରତି ଆଉନ୍ସରେ ସ୍ଥିର ଅଛି ।

   ସମ୍ବନ୍ଧିତ ଖବର


ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବାଣିଜ୍ୟିକ ବେପାରକୁ ନେଇ ଚୀନ୍‌ର ରାଜନୀତି – ଅଷ୍ଟ୍ରେଲିଆ ବିରୋଧରେ ନେଲା ଦୃଢ଼଼ ପଦକ୍ଷେପ !

ଦେଶରେ ପୁଣି ବଢ଼ିଲା ବେକାରି ହାର, କମୁଛି ଶ୍ରମ ଯୋଗଦାନ ରେଟ୍

ଭାରତରେ ମିନି ଜନ୍‌ କୁପର୍‌ ୱର୍କସ୍‌ ଜିପି ଇନ୍ସପାୟାର୍ଡ ଏଡିସନ, ୧୫ଟି ରଙ୍ଗରେ‌ ଉପଲବ୍ଧ