ଲଗାତର ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା, ୮୧୫ ଟଙ୍କା ଖସିଲା ରୂପା ରେଟ୍

ନୁଆଦିଲ୍ଲୀ ୨୨/୧୧: ଘରୋଇ ବଜାରରେ ସୁନାର ମୂଲ୍ୟ ଲଗାତର ଦ୍ୱିତୀୟ ଦିନ ହ୍ରାସ ପାଇଛି । ଦିଲ୍ଲୀ ସରାଫା ମାର୍କେଟରେ ସୁନା ୧୦୨ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ଯନ୍ତ ଶସ୍ତା ହୋଇଛି । ଅନ୍ୟପଟେ ରୂପାର ମୂଲ୍ୟ ମଧ୍ୟ ଗୋଟିଏ ଦିନରେ ୮୧୫ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ଯନ୍ତ ହ୍ରାସ ପାଇଛି ।

ସୁନାର ନୂଆ ମୂଲ୍ୟ
ଶୁକ୍ରବାର ଦିଲ୍ଲୀରେ ସୁନାର ମୂଲ୍ୟ ୩୮,୯୫୮ ଟଙ୍କା ପ୍ରତି ୧୦ ଗ୍ରାମରୁ ୩୮,୮୫୬ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିଆସିଛି । ଏହା ପୂର୍ବରୁ ଗୁରୁବାର ସୁନା ୫୩ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ଯନ୍ତ ଶସ୍ତା ହୋଇଥିଲା । ଗୁରୁବାର ଦିଲ୍ଲୀ ସରାଫା ମାର୍କେଟରେ ସୁନା ଦର ୩୯,୦୬୦ ଟଙ୍କା ପ୍ରତି ୧୦ ଗ୍ରାମରୁ ଖସିଆସି ୩୯,୦୦୭ ଟଙ୍କାକୁ ଆସିଥିଲା ।

ରୂପାର ଦାମ ଖସିଲା
ଇଣ୍ଡଷ୍ଟ୍ରୀର ଡିମାଣ୍ଡ ହ୍ରାସ ପାଇବା ଯୋଗୁଁ ଶୁକ୍ରବାର ରୂପାର ଦାମ୍ ୪୫,୭୬୪ ଟଙ୍କା ପ୍ରତି କିଲୋଗ୍ରାମରୁ ହ୍ରାସ ପାଇ ୪୪,୯୪୯ ଟଙ୍କା ପ୍ରତି କିଲୋଗ୍ରାମକୁ ଆସିଯାଇଛି । ଏହା ପୂର୍ବ ଦିନ ଅର୍ଥାତ୍ ଗୁରୁବାର ରୂପାର ଦାମ୍ ୪୫,୮୫୦ ଟଙ୍କା ପ୍ରତି କିଲୋଗ୍ରାମରୁ ହ୍ରାସ ପାଇ ୪୫,୮୩୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା ।

ଏକ୍ସପର୍ଟ୍ସଙ୍କ କହିବାନୁସାରେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ୍ ୱାରରେ ପ୍ରାୟ ସହମତି ହୋଇସାରିଛି । ଏହି କାରଣରୁ ସେଫ୍ ଇନଭେଷ୍ଟମେଣ୍ଟର ଡିମାଣ୍ଡରେ ହ୍ରାସ ଦେଖିବାକୁ ମିଳିଛି ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍